spot_img

Latest Posts

ଦାଦାବଟି ମାଗି ବିଜେପି ଛାତ୍ର ନେତା ଇତିଶ ପ୍ରଧାନ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଅଭିନେତାଙ୍କୁ ଦାଦାବଟି ମାଗିବା । ଦାଦାବଟି ମାଗି ଗିରଫ ହେଇଛନ୍ତି ବିଜେପିର ୩ନେତା । ୫୦ ହଜାର ଟଙ୍କା ବଟି ମାଗିବା ଅଭିଯୋଗରେ ୩ ଛାତ୍ରନେତାଙ୍କୁ ଗିରଫ କଲା ସହିଦନଗର ପୋଲିସ । ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହେଲେ ବିଜେପି ଯୁବମୋର୍ଚ୍ଚା ନେତା ଇତିଶ ପ୍ରଧାନ। ତାଙ୍କ ସମେତ ବିପ୍ଳବ ପରିଡ଼ା, ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।

ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଜଣ ହୋଇଛନ୍ତି ଗିରଫ। ଅଭିଯୋଗକାରୀ ୟୁଟ୍ଯୁବର ସରୋଜ କୁମାର ମିଶ୍ର ଓରଫ ତପି ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁସାରେ ଗତ ୯ ତାରିଖ ରାତିରେ ଇତିଶ ପ୍ରଧାନ, ବିପ୍ଲବ ପରିଡା, ଅର୍ପଣ ମିଶ୍ର ଅଭିଯୋଗକାରୀ ସରୋଜଙ୍କୁ କଲ୍ କରିବା ସହ ନିଜକୁ ସହିଦ ନଗର ଥାନାର ଥାନାଧିକାରୀ ପରିଚୟ ଦେଇ ଥାନାକୁ ଆସିବା ଲାଗି କହିଥିଲେ। ସେ ଥାନାରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ମୁହଁରେ କାଳିମାଡ କରିବା ସହ ଭୁଜାଲି ଓ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ।

ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାଯାଇଛି। ଘଟଣାର ୫ ଦିନ ପୂର୍ବରୁ ସେମାନେ ଅଭିଯୋଗକାରୀଙ୍କୁ ଦାଦାବଟି ମାଗିଥିଲେ। ଅଭିଯୁକ୍ତ ବିପ୍ଲବଙ୍କ ନାମରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଇତିଶଙ୍କ ନାମରେ ବି ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଦୁଇ youtuber ତପି ମିଶ୍ର ଓ ଅର୍ପଣ ମିଶ୍ରଙ୍କ ମଧ୍ୟରେ କିଛି କାରଣକୁ ନେଇ ବିବାଦ ହୋଇଥିଲା। ଏହି ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ । ତପିଙ୍କ ଅଭିଯୋଗ ଆଧାରରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ।

 

Latest Posts

Don't Miss