ବିଜୟଙ୍କ ପ୍ରଶ୍ନରେ ପୃଥ୍ୱୀରାଜଙ୍କ ଜବାବ

1 min read

ଭୁବନେଶ୍ୱର: ସତ କହି ନିଜ ଦଳ ବିଜେପି ଟାର୍ଗେଟରେ  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପଞ୍ଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିରୋଧୀଙ୍କ ଭୂମିକା ନେଇ ବିଜୟ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ମୈଦାନରେ ଏକା ବିଜେଡି ହିଁ ଲଢୁଥିଲା, ଅନ୍ୟ ବିରୋଧୀ ପ୍ରଚାରରେ ଦିଶୁନଥିଲେ । ଆଉ ଏହାହିଁ ବିଜେଡିକୁ ଅବିଶ୍ବାସନୀୟ ବିଜୟ ଆଣିଦେଇଥିବା କହିଥିଲେ ବିଜୟ। ଗତ ନିର୍ବାଚନରେ ବିଜେପି ରାଜ୍ୟରେ ଭଳ ପ୍ରଦର୍ଶନ କରିଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ନ୍ୟୁନ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ ବିଜୟ  ।

ନିର୍ବାଚନ ଫଳାଫଳ ନେଇ ବିଜୟଙ୍କ ଏଭଳି ବିସ୍ଫୋରକ ବୟାନକୁ ତାଙ୍କ ଦଳର ଅନ୍ୟ ନେତା ହଜମ କରିପାରୁନାହାଁନ୍ତି । ବିଜୟଙ୍କ ଏଭଳି ବିବୃତିର ଜବାବ ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଜେପି ପୂରା ଦମ୍‌ରେ ଲଢୁଥିଲା। ଆସନ ସଂଖ୍ୟା କମିଛି । ଯେଉଁ ନେତାଙ୍କୁ ଯେଉଁ ଦାୟିତ୍ବ ଦିଆଯାଇଥିଲା ସେମାନେ ପୂରା ଦମ୍‌ରେ ଲଢିଥିଲେ ବୋଲି କହିଛନ୍ତି ପୃଥ୍ୱୀରାଜ। ବିଜେପି ଗୋଟିଏ ଟିମ୍‌ ହୋଇ ପୂରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲଢୁଥିଲା । ତେଣୁ ସମାଲୋଚନାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ସେହିପରି ବିଜୟଙ୍କ ପ୍ରଶ୍ନକୁ ସାମ୍ନା କରି ପୃଥ୍ୱୀରାଜ କହିଛନ୍ତି, ବିଜେପିର ଆସନ କମିଛି, କିନ୍ତୁ ଭୋଟ ହାର ଭଲ ଅଛି । ଗତ ପଂଚାୟତ ନିର୍ବାଚନ ତୁଳନାରେ ୨ଲକ୍ଷ ଭୋଟ କମ୍‌ ଭୋଟ ପାଇଛୁ l ଏହି ବିଫଳତାକୁ ପଛରେ ପକାଇ ପୌର ନିର୍ବାଚନ ଦଳ ପୂରା ପ୍ରସ୍ତୁତ ରହିଛି । ଫଳାଫଳ ଭଲ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ l

Leave a Reply