ଆସିଲା ଜାତୀୟ ସ୍ତରର ସର୍ଭେ ରିପୋର୍ଟ; ୨୦୨୪ରେ ବିଜେଡିକୁ ମିଳିବ ବଡ ସଫଳତା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଜାତୀୟ ସ୍ତରର ସର୍ଭେରେ ଚମକାଇଦେଲା ଭଳି ରିପୋର୍ଟ। ୨୦୨୪ରେ ବିଜେଡିକୁ ମିଳିବ ବଡ ସଫଳତା। ଲୋକସଭାରେ ବିଜେଡି ମାରିବ ବାଜି। ଏକ ଜାତୀୟ ସର୍ଭେରେ ଏଭଳି ତଥ୍ୟ ଆସିଛି। ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ବିଜେଡି ୧୮ଟି ଆସନ ଦଖଲ କରିବ। ଜାତୀୟ ସର୍ଭେରୁ ଏଭଳି ଆକଳନ ଆସିଛି।

ବିଜେପି ୨ଟି ଆସନରୁ ଜିତିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ଗୋଟିଏ ଆସନରୁ ଜିତିପାରେ। ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରୁ ଜିତିଥିବା ବେଳେ ବିଜେପି ୮ଟିରୁ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ୨୦୨୪ରେ କିନ୍ତୁ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ରାଜ୍ୟବାସୀ ବିଜେଡିକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସର୍ଭେ ଆକଳନ ଅନୁଯାୟୀ ୨୦୧୯ରେ କଂଗ୍ରେସ କୋରାପୁଟ ଲୋକସଭା ଆସନ ହାତେଇଥିଲା। ଏଥର କିନ୍ତୁ ଚିତ୍ର ବଦଳିଛି । କୋରାପୁଟ ଆସନଟି ଏବେ ବିଜେଡି ଖାତାକୁ ଯିବ ବୋଲି ଆକଳନ କରାଯାଉଛି ।

ସେହିପରି ଭୁବନେଶ୍ବର, ବାଲେଶ୍ବର ଓ ମୟୁରଭଞ୍ଜ ଆସନ ୨୦୧୯ରେ ବିଜେପି ଖାତାକୁ ଯାଇଥିବା ବେଳେ ୨୦୨୪ରେ ଏହି ତିନୋଟି ଯାକ ଆସନରେ ବିଜେଡି ବାଜିମାତ କରିବ ବୋଲି ଆକଳନ କରାଯାଉଛି। ସୁନ୍ଦରଗଡ, ବରଗଡ, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ପଶ୍ଚିମ ଓଡିଶାର ଏହି ୫ ଆସନରେ ବିଜେଡି କଡା ଟକ୍କର ଦେବ। ଏହି ୫ ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି, ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିବାର ସମ୍ଭାବନା ରହିଛି।

ଏଭଳିକି ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୧୮ଟି ଜିତିବ। ବିଜେପି ୨ଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିପାରେ ବୋଲି ଆକଳନ କରାଯାଉଛି। ଏହି ସର୍ଭେରୁ ପ୍ରମାଣିତ ହେଉଛି ଯେ ବିଜେଡି ସପକ୍ଷରେ ରାଜ୍ୟରେ ବ୍ୟାପକ ଜନସମର୍ଥନ ରହିଛି। ଗତ ୨୪ ବର୍ଷ ଧରି ବିଜେଡି ରାଜ୍ୟରେ କ୍ଷମତାରେ ଥିବା ସତ୍ତ୍ବେ ସରକାର ବିରୋଧୀ ହାୱା ସୃଷ୍ଟି ହୋଇନାହିଁ। ବରଂ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡି ପ୍ରତି ଜନସମର୍ଥନ ବଢୁଛି।