‘ରଖେ ହରି ତ ମାରେ କଏ ?’ ଶୋଇଥିବା ବେଳେ ଦେହରେ ଚଢ଼ିଗଲା ବିଷଧର ନାଗ, ଆଉ ତା’ପରେ…

Bhubaneswar Uttara, Snake Found From Net

ଭୁବନେଶ୍ୱର: ମୃତ୍ୟୁ କେତେବେଳେ ଆସିବ ତାହା ସମସ୍ତଙ୍କୁ ଅଜଣା । ମୃତ୍ୟୁ କେବେ କବାଟ ଠକ୍‌ଠକ୍‌ କରି ଆସିନଥାଏ । କେଉଁଠି କେତେବେଳେ ବି କାହାର ମୃତ୍ୟୁ ହୋଇଯାଏ । ଏମିତିକି ଘରେ ଶୋଇଥିବା ବେଳେ ହେଉ କିମ୍ବା ବାହାରେ ଗାଡ଼ିମଟର ଚଳାଉଥିବା ବେଳେ କିମ୍ବା କେଉଁଠି କାମ କରୁଥିବା ବେଳେ ହେଉ । ଯଦି ଆପଣଙ୍କ ମୃତ୍ୟୁ ଯୋଗ ଅଛି ତେବେ ତାହା ନିଶ୍ଚୟ ଘଟିବ । ହେଲେ ଯାହାର ମୃତ୍ୟୁ ଯୋଗ ନଥିବ ତା’ର କୌଣସି ବି ପରିସ୍ଥିତିରେ ମୃତ୍ୟୂ ହେବ ନାହିଁ । ଯେମିତିକି କୁହାଯାଏ ‘ରଖେ ହରି ତ ମାରେ କିଏ ?’ । ମୃତ୍ୟୁ ଯୋଗ ନଥିଲେ ମରଣ ମୁହଁରୁ ବି ଜଣେ ଫେରି ଆସିଥାଏ ମଣିଷ ।

Bhubaneswar Snake

ସେମିତି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଅଞ୍ଚଳରୁ । ଏକ ଫାର୍ମ ହାଉସ୍‌ରେ କିଛି ଶ୍ରମିକ ଶୋଇଥିବା ବେଳେ ତାଙ୍କ ମଶାରୀ ଭିତରେ ଏକ ବିଶାକ୍ତ ନାଗ ସାପ ପଶିଥିଲା । ଆଉ ସେହି ଶ୍ରମିକ ଶୋଇଥିବା ବେଳେ ତାଙ୍କ ଉପରେ ମଧ୍ୟ ଚଢ଼ିଥିଲା । ଖାଲି ସେତିକି ନୁହେଁ ସାପଟି ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିବା ବେଳେ ଉକ୍ତ ବ୍ୟକ୍ତି ଜଣକ ତାକୁ ନଜାଣିପାରି ଛିଞ୍ଚାଡ଼ି ଦେଇଥିଲେ । ହେଲେ ଦୁର୍ଭାଗ୍ୟ ବସତଃ ମାଶାରୀ ଲାଗିଥିବାରୁ ସାପଟି ସେହି ଭିତରେ ହିଁ ରହିଥିଲା ।

Bhubaneswar Snake

ତେବେ ସାପଟିକୁ ଫିଙ୍ଗିଦେବାରୁ ସାପଟି ସେହି ମଶାରୀ ଭିତରେ ରହି ଗର୍ଜନ କରିଥିଲା । ଏହି ଗର୍ଜନ ଶୁଣୀ ମଶାରୀ ଭିତରେ ଶୋଇଥିବା ଜଣେ ଶ୍ରମିକ ଉଠିପଡ଼ିଥିଲେ । ଆଉ ତୁରନ୍ତ ମଶାରୀ ବାହାରକୁ ଚାଲିଯାଇଥିଲେ । ପରେ ସେଠାରେ ଶୋଇଥିବା ଅନ୍ୟଜଣେ ଶ୍ରମିକଙ୍କୁ ମଧ୍ୟ ଉଠାଇ ମଶାରୀ ବାହାରକୁ ଆସିବା ପାଇଁ କହିଥିଲେ । ଶ୍ରମିକ ଦ୍ୱୟ ବାହାରକୁ ଆସିବା ପରେ ଲାଇଟ୍‌ ଲଗେଇ ଦେଖିଥିଲେ ଯେ, ମଶାରୀ ଭିତରେ ଏକ ବିଷଧର ସାପଟି ଫଣା ଟେକି ବସିଛି । ଏହା ପରେ ସେମାନେ ମଶାରୀ ଚାରିପଟେ ଇଟା ଦେଇ ଭଲ ଭାବେ ବନ୍ଦ କରିଦେଲେ । ଯେମିତି ସାପଟି ବହାରକୁ ନଆସିପାରିବ ।

Bhubaneswar Snake

ଆଉ ସକାଳ ହେବା ପରେ ସ୍ନେକ୍‌ ହେଲ୍ପଲାଇନ୍‌କୁ ଯୋଗାଯୋଗ କରିଥିଲେ । ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ତାକୁ ତାର ପ୍ରକୃତିକ ବାସସ୍ଥଳୀରେ ଛାଡ଼ିଥିଲେ ।

ତେବେ ଏହି ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା । ସୌଭାଗ୍ୟବସତଃ ଶ୍ରମିକମାନଙ୍କର କୌଣସି କ୍ଷତି ହୋଇନାହିଁ । ଏଭଳି ମୃତ୍ୟୁ ମୁଖରୁ ବଞ୍ଚିଥିବା ଦୁଇ ଶ୍ରମିକ ହେଲେ ଅଲେଖ ପ୍ରଧାନ ଏବଂ ଶରତ ନାୟକ । ସାପର ଲମ୍ବା ପ୍ରାୟ ୪ ଫୁଟ୍‌ ଥିଲା ।

Bhubaneswar Snake

Leave a Reply