ଷ୍ଟାର୍ଟଅପ୍ ପଲିସିରେ ଦେଶରେ ଓଡ଼ିଶା ସର୍ବଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

1 min read
Odisha Best In Country In Startup Policy Says Naveen Patnaik

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ପଲିସି ଦେଶରେ ସର୍ବଶ୍ରେଷ୍ଠ । ଏଥିପାଇଁ କରୋନା ସମୟରେ ବି ରାଜ୍ୟରେ ପୁଞ୍ଜି ନିବେଶ କମିନାହିଁ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ଭଲ ରୋଜଗାର ଏବଂ ବ୍ରାଣ୍ଡ ପ୍ରସ୍ତୁତ ହୋଇପାରିବ । ଓଡ଼ିଶାରେ ବ୍ୟବସାୟ ପାଇଁ ରାଜ୍ୟ ସରକାର ନିବେଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Odisha Best In Country In Startup Policy Says Naveen Patnaik

ଯୁବକମାନେ ରାଜ୍ୟରେ ଥିବା ଶିଳ୍ପ ସହଯୋଗୀ ପଲିସିର ସୁଯୋଗ ନେଇ ଆଗକୁ ବଢନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ନିଜର ବ୍ରାଣ୍ଡ ସୃଷ୍ଟି କରିହେବ । ‘ଓୟୋ’ର ପ୍ରତିଷ୍ଠାତା ରିତେଶଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Odisha Best In Country In Startup Policy Says Naveen Patnaik

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାର ବ୍ରାଣ୍ଡକୁ ବେଶ୍ ପ୍ରଶଂସା କରିଛନ୍ତି । ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧଜୀବୀ ଓ ସଚ୍ଚୋଟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡ଼ିଶା ଆଗାମୀ ଦିନରେ ପେଟ୍ରୋକେମିକାଲ ହବ୍ ହେବାକୁ ଯାଉଛି । ଏହାକୁ ନେଇ ଓଡ଼ିଶାରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବ୍ୟବସ୍ଥା ସହଯୋଗୀ ହେଲେ ଓଡ଼ିଶାରେ ଭଲ ବ୍ୟବସାୟିକ ବାତାବରଣ ସୃଷ୍ଟି ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Odisha Best In Country In Startup Policy Says Naveen Patnaik

‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏଭଳି ଉତ୍ସାହ ପୂର୍ଣ୍ଣ ସମ୍ବୋଧନ ପୁରସ୍କୃତ ଉଦ୍ୟୋଗୀମାନଙ୍କ ଆତ୍ମବିଶ୍ୱାସ ବଢାଇଛି । ଏହି ଉତ୍ସବରେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ଯୋଗଦେଇ ବ୍ରାଣ୍ଡ ଅଫ ଓଡ଼ିଶା, ପ୍ରାଇଡ୍ ଅଫ ଇଣ୍ଡିଆର ବିଜେତାମାନଙ୍କୁ ପ୍ରଶଂସା କରିଥିଲେ ।

Leave a Reply