ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ

1 min read

ପୁରୀ: ପୁରୀରେ ବିମାନବନ୍ଦର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀରେ ପହଞ୍ଚିଛନ୍ତି ଏୟାରପୋର୍ଟ ଅଥୋରିଟିର ଏକ ଟିମ୍ ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟ ଅଥୋରିଟି ସହ କେନ୍ଦ୍ରୀୟ ଏୟାରପୋର୍ଟ ଅଥୋରିଟିର ସ୍ୱତନ୍ତ୍ର ଟିମ୍ ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ଅବସରରେ ସେମାନଙ୍କ ସହ ପୁରୀ ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

ତେବେ ଗତ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦର ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ସେ ସମୟରେ ପୁରୀରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଉକ୍ତ ବିମାନବନ୍ଦରର ନାଁ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବାକୁ ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହାବ୍ୟତୀତ ସେ ସମୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମଧ୍ୟ ଲେଖିଥିଲେ ।

ଅଧିକ ପଢନ୍ତୁ- ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

Leave a Reply