ସର୍ବାଧିକ ABHA ପରିଚୟ ପତ୍ର ସୃଷ୍ଟି କରିଥିବାରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର

1 min read

ଭୁବନେଶ୍ୱର:  ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ ୨୦୨୨ ଅଭିଯାନରେ ସର୍ବାଧିକ ସଂଖ୍ୟକ ABHA ବା Ayushman Bharat Health Accounts ପରିଚୟପତ୍ର ସୃଷ୍ଟି କରିଥିବାରୁ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ଏଚ୍‌ ଆଣ୍ଡ୍‌ ଏଫ୍‌ ଡବ୍ଲୁ ବିଭାଗ, ପକ୍ଷରୁ, ଡା.ବୃନ୍ଧା ଡି, IAS ମିଶନ୍‌ ନିର୍ଦ୍ଦେଶକ, ଓଡ଼ିଶା ନ୍ୟାସନାଲ ହେଲ୍ଥ ମିଶନ୍‌  କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି । ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ’ ୨୦୨୨ ଅବସରରେ  ଡିସେମ୍ବର ୧୦ରେ ବାରଣାସୀରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହା ଏଭଳି ଏକ ସ୍ୱାସ୍ଥ୍ୟ କାର୍ଡ଼ ଯାହାକୁ ପାଇଥିବା ଭାରତର ନାଗରିକ କେବେ ମଧ୍ୟ କୌଣସି ସମୟରେ ଏବଂ କୌଣସି ସ୍ଥାନରେ ଏହାର ଲାଭ ପାଇପାରିବେ ।

ଏହା ଦ୍ୱାରା ସମ୍ପୂର୍ଣ୍ଣ ଡିଜିଟାଇଡ୍‌ ଇତିହାସ ପାଇବାର ବ୍ୟବସ୍ଥା ରହିଛି । ରୋଗୀର ରୋଗ ସମ୍ବଦ୍ଧୀୟ ପ୍ରତ୍ୟେକ ତଥ୍ୟ ଅତି ସହଜରେ ଡାକ୍ତର ବୁଝିପାରିବେ । ଭାରତର କୌଣସି ସ୍ଥାନରେ କୌଣସି ହସ୍ପିଟାଲରେ ଚିକିତ୍ସା କଲେ ମଧ୍ୟ ସମସ୍ୟା ହୋଇନଥାଏ । ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟକର୍ମୀ ସମସ୍ତ ସୂଚନା ପାଇପାରନ୍ତି ।

ପ୍ରତିବର୍ଷ ଡିସେମ୍ବର ୧୨ରେ ଇଣ୍ଟରନ୍ୟାସନାଲ ୟୁନିଭର୍ସାଲ ହେଲ୍ଥ କଭରେଜ୍‌ ଡେ’ ପାଳନ କରାଯାଏ ।ଚଳିତ ବର୍ଷର ଥିମ୍‌ ରହିଛି, “Build the World we Want: A Healthy Future for All”  ।