ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
1 min readଭୁବନେଶ୍ବର: ଆର୍ଥିକ ଅନୁଦାନ ଖର୍ଚ୍ଚ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଏପର୍ଯ୍ୟନ୍ତ ଆର୍ଥିକ ଅନୁଦାନ ଖର୍ଚ୍ଚ ହୋଇନି କାହିଁକି ପଚାରିଲେ ପ୍ରଶ୍ନ। ତେବେ ବିଧାନସଭାରେ ବିଜେଡି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି- ନିର୍ବାଚନ ଯୋଗୁଁ ଅର୍ଥ ଖର୍ଚ୍ଚ ହୋଇ ପାରିନାହିଁ। ଏହାକୁ ନେଇ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି- ନିର୍ବାଚନ ପରେ ନୂଆ ସରକାର ବଜେଟ ଆଣିଲେ। ଯଦି ଏବେ ଖର୍ଚ୍ଚ କରି ପାରିଲେ ନାହିଁ, ମାର୍ଚ୍ଚ ସୁଦ୍ଧା କଣ ଖର୍ଚ୍ଚ କରିବେ। କେବଳ ଓଡ଼ିଆ ଅସ୍ମିତା କହିଲେ ହେବନି।
ତେଣେ ଗୃହରେ ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ବିଜେଡି ପକ୍ଷରୁ ସରକାରଙ୍କ ଭୁଲ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକ ରମେଶ ବେହେରା ଯେଉଁ ପ୍ରଶ୍ନ ପଚାରିଥିଲେ, ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରଖୁଥିଲେ। ହେଲେ ନିୟମ ଅନୁସାରେ, ଆଗ ଉତ୍ତର କପି ବିଧାୟକଙ୍କୁ ମିଳିବା କଥା। ଯାହା ବିଧାୟକଙ୍କୁ ମିଳି ନଥିଲା। ଯେଉଁଥି ପାଇଁ ବିଜେଡି ପକ୍ଷରୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଆପତ୍ତି ଉଠାଇଥିଲେ। ଏନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି- ଯଦି ବି କପି ଆସିନି, ଆଇନ ମନ୍ତ୍ରୀ ଉତ୍ତର ରଖୁଛନ୍ତି। ତେଣୁ ଶୁଣିବାକୁ ହେବ। ବିଜେଡି ବି ଏନେଇ ଧୈର୍ଯ୍ୟ ରଖିଥିଲା। ତେବେ ଉତ୍ତର କପି ବିଧାୟକ ରମେଶ ବେହେରାଙ୍କ ନିକଟକୁ ଆସିଥିଲା।