ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ: ଦରବୃଦ୍ଧି ପ୍ରସଂଗରେ ଟାର୍ଗେଟ କରିବ ବିଜେଡି

ଭୁବନେଶ୍ୱର: ଆଜିଠୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । କଟକଣାରେ ଚାଲିବ ଗୃହ କାର୍ଯ୍ୟ । ଆଜି ପ୍ରଥମ ଦିନରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । ନିଜ ନିଜର ରଣନୀତିରେ ଗୃହରେ ମୁହାଁମୁହିଁ ହେବେ ଶାସକ ବିରୋଧୀ । ଦରବୃଦ୍ଧି ପ୍ରସଂଗରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ଗୃହରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଂଗ । କେବିକେ ଜିଲ୍ଲା ତଥା ଆଦିବାସୀ ଅଞ୍ଚଳର ବିକାଶ, କୋଲ ରୟାଲଟି ବୃଦ୍ଧି, ଦରଦାମ ବୃଦ୍ଧିକୁ କେନ୍ଦ୍ର ନିୟନ୍ତ୍ରଣ କରି ନପାରିବା ପ୍ରସଂଗରେ ଆଲୋଚନା ହେବ ।

ଚଷୀଙ୍କ ପାଇଁ ଆବଶ୍ୟକ ହେଉଥିବା ସାର କେନ୍ଦ୍ର ଯୋଗାଇ ନପାରିବା ପ୍ରସଂଗରେ ମଧ୍ୟ ହେବ ଆଲୋଚନା ହେବ । ସ୍ୱାମୀନାଥନ୍ ରିପୋର୍ଟକୁ ନେଇ ରାଜ୍ୟର ଦାବିକୁ କେନ୍ଦ୍ର ମାନୁନଥିବା ବେଳେ ସେନେଇ ମଧ୍ୟ ଗୃହରେ ଆଲୋଚନା ହେବ । ଏଥିସହ ଏକାଧିକ ବିଲ୍ ମଧ୍ୟ ଗୃହରେ ଆଗତ ହେବ । ସେପଟେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ନୂଆ ଓ ପୁରୁଣା ପ୍ରସଂଗକୁ ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିବେ ବିରୋଧୀ । ତେବେ ଆଲୋଚନା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଅଛି ଶାସକ ଦଳ । ଶୀତ ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ ଓ ରାଜ୍ୟପାଳ ଭାଷଣ ବେଳେ ବିଧାୟକମାନେ ହଟଗୋଳ ଓ ହୋହାଲ୍ଲା ନକରିବା ପାଇଁ ବାଚସ୍ପତି ସବୁ ଦଳକୁ ପ୍ରସ୍ତାବ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

Leave a Reply