କାଲିଠୁ ବିଧାନସଭାର ଶୀତ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

1 min read

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା ପରିସର । ସୁରକ୍ଷା ଓ ସିସିଟିଭି ସ୍କାନରରେ ରହିବ ବିଧାନସଭା ଠାରୁ ଲୋଏର ପିଏମଜି । ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ତତ୍ୱାବଧାନରେ ପୁରା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

https://nandighoshatv.comodisha-assembly-winter-session-will-starts-from-november-13/

ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୦୦ ଅଫିସର ନିଯୁକ୍ତ ହୋଇଥିବା ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ବଛା ବଛା ଓ ଅଭିଜ୍ଞ ପୋଲିସ ଅଫିସର, କ୍ୟୁଆରଟି, ରୁଫଟପ୍ ସିକ୍ୟୁରିଟି, ସାଧା ପୋଷାକଧାରୀ ପୋଲିସ, ଡଗ୍ ସ୍କ୍ୱାର୍ଡ ମୁତୟନ ରହିବେ ।

୭-ଟି ବାଟାଲିୟନର ଗୋଟିଏ ସ୍ୱତନ୍ତ୍ର ଫୋର୍ସକୁ ଲୋଏର ପିଏମଜିରେ ମୁତୟନ କରାଯିବ । ବିଧାନସଭା ସୁରକ୍ଷା ଲାଗି ପୋଲିସ ଡିଜିପି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦଶେକ ଓ ଭୁବନେଶ୍ୱର  ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସମସ୍ତେ ବିଧାନସଭା ପରିସର ବୁଲି ଦେଖିବା ସହ ସବୁକିଛି ଯାଞ୍ଚ କରିଥିଲେ । ବିଧାନସଭାରେ ୩୦ଟି କାର୍ଯ୍ୟ ଦିବସ ରହିଛି ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ।

')}

Leave a Reply