ବିଧାନସଭା ଅଧିବେଶନ: ବିଭିନ୍ନ ପ୍ରସଙ୍ଗ ନେଇ ଆଜି ବି ସରକାରଙ୍କୁ ଘେରିବେ ବିରୋଧୀ
1 min read
ଭୁବନେଶ୍ବର: ଚାଲିଛି ଓଡ଼ିଶା ବିଧାନସଭା । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରି ଆସିଛନ୍ତି । ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହରେ ତାତି ଦେଖିବାକୁ ମିଳିପାରେ ।
ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡା ଓ ଯୁବକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି l ଶୂନ୍ୟକାଳରେ ପୋଲାଭରମ, ଓଡ଼ିଆ ଅସ୍ମିତା, ଆଦିବାସୀ ରାଜ୍ୟରେ ଅସୁରକ୍ଷିତ ସହ ଦରଦାମ୍ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ ।
ସେହିପରି ଶାସକ ଦଳ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି । ଆଜି ବିରୋଧୀଙ୍କ ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ । ଯାହାକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁଁହାମୁହିଁ ହୋଇପାରନ୍ତି l