ବିଧାନସଭା ଅପ୍‌ଡେଟ୍ସ୍‌

1 min read
  • KBK ଜିଲ୍ଲାରେ ମୁଣ୍ଡ ପିଛା ଆୟ ବଢ଼ିଛି। ଯେପରି କଳାହାଣ୍ଡିରେ ଜଳସେଚନ ସୁବିଧା ବଢିଥିବାରୁ ଏପରି ହୋଇଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ।
  • କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲା ଖଣି ସମୃଦ୍ଧ ବୋଲି ଶିଳ୍ପ ବଢ଼ିଛି ଓ ମୁଣ୍ଡ ପିଛା ଆୟ ବଢୁଛି। ହେଲେ ଉପକୂଳ ଜିଲ୍ଲା ଏବେ ବି ପଛୁଆ ବୋଲି ଅଭିଯୋଗ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେଥିପାଇଁ ଉପକୂଳ ଉନ୍ନୟନ ପରିଷଦ ପାଇଁ ଦାବି କଲେ।
  • ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ କୌଣସି ଜିଲ୍ଲାର ମୁଣ୍ଡ ପିଛା ଆୟ କମିନି। ଉପକୂଳ ଉନ୍ନୟନ ପରିଷଦ କଥା ବର୍ତ୍ତମାନ ନୁହେଁ। କିଛି ଜିଲ୍ଲା ପଛୁଆ ଥିଲା ବୋଲି KBK ହୋଇଛି ।
  • ପାହାଡିଆ ଅଂଚଳ ଯେପରି କନ୍ଧମାଳ, ସେଠି ଜଳ ସେଚନ ହୋଇପାରିବ ନାହିଁ। ଝରଣା ଅଛି। ପର୍ଯ୍ୟଟନ ବିକାଶ ହେଲେ ମୁଣ୍ଡ ପିଛା ଆୟ ବଢ଼ିବ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ  ।

ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର

  •  ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଚେକ ଡ୍ୟାମ ନିର୍ମାଣ ହେବାର ଲକ୍ଷ୍ୟ ରଖାଯାଇଛି। ଯାହା ପାଇଁ ୩୩୩.୮୪ କୋଟି ବ୍ୟାୟ ବରାଦ ହୋଇଛି। ଗତ ଫେବ୍ରୁଆରୀ ସୁଦ୍ଧା ୩୦୨.୨୩ କୋଟି ବ୍ୟୟ ସରିଛି।
  • ବାକି ୩୧.୬୧ କୋଟି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି। ଏହା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କରୁଥିବାରୁ, ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ ।
  • ଚଳିତ ବର୍ଷ ୧୦୮୭ଟି ଚେକ ଡ୍ୟାମ କାମ ଚାଲିଛି। ୩୬୭ଟି ର କାମ ସରିଛି। ୭୨୦ର କାମ ଚାଲିଛି। ଏଥିରେ ୫୪୯୦ ହେକ୍ଟର ଜମି ଜଳ ସେଚିତ କରିବାର ଯୋଜନା ଅଛି।
  • ୨୦୧୦-୧୧ରୁ ଆଜି ଯାଏଁ ୧୪୫୮୮ ଚେକ ଡ୍ୟାମ କାମ ସରିଛି। ୧ ଲକ୍ଷ ୪୭ ହଜାର ଜମି ଜଳ ସେଚିତ ହୋଇଛି। କୌଣସି ଚେକ ଡ୍ୟାମ ଅଚଳ ହେବାର ସୂଚନା ନାହିଁ।

 

 

Leave a Reply