ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗ: ଶକ୍ତିମନ୍ତ୍ରୀଙ୍କ ଉତ୍ତର, ବିପିଏଲ କିମ୍ବା ଚାଷୀଙ୍କ ପାଇଁ ବଢିନି ଦର

1 min read

ଭୁବନେଶ୍ୱର: ବିଦ୍ୟୁତ ଦର ନିର୍ଦ୍ଧାରଣ କରନ୍ତି OERC । ଶେଷ ଥର ପାଇଁ ୨୦୧୩-୧୪ ରେ ଦର ବଢିଥିଲା । ଗତ ୭ ବର୍ଷ ଯାଏ ବଢି ନଥିଲା । ହେଲେ ଏଦର ବୃଦ୍ଧି BPL କି ଚାଷୀଙ୍କ ପାଇଁ ନୁହେଁ । ଏହା କେବଳ ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଯେଉଁମାନେ ୫୦ ୟୁନିଟରୁ ଅଧିକ ବ୍ୟବହାର କରୁଛନ୍ତି । କୋଭିଡ଼ ସମୟରେ କେନ୍ଦ୍ର ସରକାରଙ୍କ NTPC, NHPC ଓ PGCIL ପ୍ରାୟ ୬୮ ପଇସା ଦର ବଢ଼ାଇଛନ୍ତି । ଏହି ତୁଳନାରେ ୨୦ ପଇସା ବଢ଼ାଇବା କେବଳ ୪ ପ୍ରତିଶତ ବୋଲି ବିଧାନସଭାରେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବୃତି ରଖିଛନ୍ତି ।

ଦେଶର ଗୋଟିଏ ରାଜ୍ୟକୁ ଛାଡ଼ିଲେ ଆମ ରାଜ୍ୟର ବିଦ୍ୟୁତ ଦର କମ । ୨୦୨୦ ମସିହାରେ GRIDCOକୁ ୮ହଜାର ୨୭୫ କୋଟି ଟଙ୍କାର ଆବଶ୍ୟକତା ରହିଛି । ପ୍ରତି BPL ପରିବାରକୁ ବିଜୁଳି ସଂଯୋଗ ହୋଇଛି । ଟ୍ରାନସଫର୍ମର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣର ଅପଗ୍ରେଡେସନ୍ ହୋଇଛି । ଅକ୍ଟୋବର ପହିଲାରୁ ନୂତନ ଦର ଲାଗୁ ହେବ। କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍ ନେଇ ଶକ୍ତି ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେପଟେ ବଲାଙ୍ଗୀର କୋଭିଡ ସେଣ୍ଟର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେିଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତଦନ୍ତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ସେଣ୍ଟରରେ ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ।

ଅନ୍ୟପଟେ ଗୃହରେ ବିଜେଡିର କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ସମର୍ଥନ ନେଇ କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଜେଡି କିପରି ଲୋକସଭାରେ ସମର୍ଥନ ଓ ରାଜ୍ୟସଭାରେ ବିରୋଧ କଲେ ବୋଲି ସେ ପ୍ରଶ୍ନ କରିଛି  କଂଗ୍ରେସ । ଏପରିକି ଏହା ଦ୍ୱାରା MSP ଉପରେ ପ୍ରଭାବ ପଡ଼ିବ ବୋଲି ମଧ୍ୟ କଂଗ୍ରେସ କହିଛି ।

ଏହି ପ୍ରସଙ୍ଗରେ ସନ୍ତୋଷଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି ଲୋକସଭାରେ ଏନେଇ ବିବୃତି ରଖିଥିଲେ ସାଂସଦ ଅନୁଭବ ମହାନ୍ତି । ରାଜ୍ୟସଭାରେ ବିରୋଧ କରିଥିଲେ ସାଂସଦ ଅମର ପଟ୍ଟନାୟକ । ତେଣୁ କଂଗ୍ରେସ ବିଧାୟକ ଭୁଲ ତଥ୍ୟ ଗୃହରେ ନଦିଅନ୍ତୁ ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି । ଗୃହରେ ଯେପରି ଭୁଲ ରେକର୍ଡ଼ିଂ ନହେଉ, ତାହା ବିଚାର ବାଚସ୍ପତି କରନ୍ତୁ ବୋଲି ସେ ମତ ପ୍ରକାଶ କରିଛନ୍ତି । ବାରମ୍ଭାର MSP ପାଇଁ  ରାଜ୍ୟ ସରକାର ଦାବି ଉଠାଉଛନ୍ତି । ହେଲେ ଫଳ ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି।

Leave a Reply