କୋଭିଡ଼ କଟକଣା ମଧ୍ୟରେ ୨୦ରୁ ଆରମ୍ଭ ହେବ ବିଧାନସଭା, କାଲିଠୁ କରୋନା ଟେଷ୍ଟିଂ ଆରମ୍ଭ

1 min read
Odisha Health Department Issued SOP For Assembly Monsoon Session

ଭୁବନେଶ୍ୱର : କରୋନା କଟକଣା ଭିତରେ ନଭେମ୍ବର ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି l ଏଥିଲାଗି  କାଲିଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ  କର୍ମଚାରୀ ଓ ବିଧାନସଭାର କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିର୍ପୋଟ ନେଗେଟିଭ ଆସିବ, ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେପଟେ ଚଳିତ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ନେହେବା ନେଇ ବିରୋଧୀ  ନାପସନ୍ଦ କରିଛନ୍ତି  ।

ମନ୍ତ୍ରୀ, ବିଧାୟକ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ ବୋଲି ଜଣାପଡିଛି  । କାଲିଠୁ ସକାଳ ୮ଟା ୩୦ ମିନିଟ୍ ରୁ   କୋଭିଡ଼ ପରୀକ୍ଷା ଆରମ୍ଭ ହେବ ବିଧାନସଭା ପରିସରରେ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏହି ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି  । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଏହାର ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ପ୍ରଦାନ କରାଯାଇଛି  । ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ବି  କୋଭିଡ ସ୍ଥିତି ହେଉଥିବାରୁ  ଗୃହକାର୍ଯ୍ୟକୁ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି  । ଏଥର ବି ଗୃହ ୨ଟି ପର୍ଯ୍ୟାୟରେ ସାଢେ ଚାରି ଘଣ୍ଟା  ଲେଖାଏ ଚାଲିବ । ବିଧାୟକଙ୍କ ବସିବା ପାଇଁ ସମସ୍ତ  ବ୍ୟବସ୍ଥା କରାଯାଇଛି ।  ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।  ବିଧାୟକମାନେ ବସିକି ପ୍ରଶ୍ନ ପଚାରିପାରିବେ ଓ ମନ୍ତ୍ରୀମାନେ ମଧ୍ୟ ବସିକି ଉତ୍ତର ରଖିପାରିବେ । ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଲେଖିକି ଦେବା ପାଇଁ କୁହାଯାଇଛି l  ପେପର ଘରକୁ ପଠାଯିବ । ଏପରିକି ବିଧାୟକ ମାନେ ଚାହିଁଲେ ଅନ ଲାଇନରେ ଅଧିବେଶନରେ ଯୋଗଦେଇ ପାରିବେ ।

Congress Rocks In Odisha Assembly Over Hathras Issue

ଅନ୍ୟପକ୍ଷରେ ସର୍ବଦଳୀଯ଼ ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ ।  ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ  ମଧ୍ୟ ପ୍ରଶ୍ନକାଳ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେପଟେ ଶାସକ ଦଳ କହିଛି ଯେ ନିୟମ ଅନୁସାରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଉଛନ୍ତି l ଶୂନ୍ୟକାଳରେ ବହୁ ପ୍ରସଙ୍ଗ ଆଲୋଚନା ହେଉଛି ଓ ବିରୋଧୀ ପୂର୍ବ ଅଧିବେଶନ ଅନେକ ପ୍ରସଙ୍ଗ ଉଠାଇ ଆଲୋଚନା କରିଥିଲେ l ଏଥର ବି ଆଲୋଚନା ହେବ ବୋଲି ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି l

ଶୀତ ଅଧିବେଶନ ପାଇଁ  ବିଧାନସଭା ପରିସରକୁ ଦୈନିକ ସାନିଟାଇଜେସନ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ବିଧାୟକ ତଥା ବିଧାନସଭାକୁ ପ୍ରବେଶ କରିବାକୁ ଥିବା ଗଣମାଧ୍ୟମପ୍ରତିନିଧି , ଅଫିସର ଏବଂ ଷ୍ଟାଫଙ୍କୁ କରୋନା ପ୍ରିଭେଣ୍ଟିଭ କିଟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

Leave a Reply