ନନ୍ଦିଘୋଷ ବ୍ୟୁରୋ : ସଂସଦରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର ଦେଢ ଶହ ପୂର୍ତ୍ତି ଉପଲକ୍ଷେ ସ୍ବତନ୍ତ୍ର ଆଲୋଚନା ହୋଇଛି। ସେପଟେ ଆଜି ବିଧାନସଭାରେ ମଧ୍ୟ ବନ୍ଦେ ମାତରମ ଗୀତ ରାଷ୍ଟ୍ରୀୟତାର ଅଭିବ୍ୟକ୍ତି ନେଇ ଗୃହରେ ରାଜ୍ୟ ସରକାର ଆଣିବେ ସଂକଳ୍ପ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଗତ କରିବେ ସଂକଳ୍ପ । ଏହି ଗୀତର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଓଡ଼ିଶା ସହିତ ସମ୍ପର୍କ ରହିଛି। ଓଡ଼ିଶାରେ ଏହି ମହା ପୁରୁଷଙ୍କର ସାରସ୍ବତ ସାଧାନା ଗତିଶୀଳ ହୋଇଥିଲା । ୧୮୭୫ ମସିହାରେ ଲିଖିତ ଏହି ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ କରି ରାଜ୍ୟବ୍ୟାପି ଦେଢ ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ସରକାରଙ୍କୁ ସୁପାରିଶ କରାଯିବ । ଏହା ସହିତ ବିଧାନସଭାରେ ଆଗତ ହେବ ୪ଟି ବିଲ । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକ ମାନଙ୍କ ଦରମା , ଭତ୍ତା, ପେନସନ ସଂଶୋଧନ ବିଲ୍ ୨୦୨୫ ଗୃହରେ ଆଗତ କରିବେ । ଏହାସହିତ ଗୃହରେ ଆଗତ ହେବ ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ ୨୦୨୫, ଉପବାଚସ୍ପତି ଦରମା ଓ ଭତ୍ତା ସଂଶୋଧନ ବିଲ ଏବଂ ମନ୍ତ୍ରୀଙ୍କ ଦରମା ଓ ସଂଶୋଧନ ବିଲ୍ ୨୦୨୫ । ସେପଟେ ଆଜି ଗୃହରେ ଆସିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସିଏଜି ଅଡିଟ୍ ରିପୋର୍ଟ । ଆଜି ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ବାଣ୍ଟି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ବିଧାନସଭା ସଦସ୍ୟମାନଙ୍କ ପାଇଁ ଅପରାହ୍ନ ଅଧିବେଶନକୁ କାଣ୍ଟଛାଣ୍ଟ କରି ଗୃହକୁ ମୁଲତବୀ ରଖାଯାଇପାରେ ।

