ଭୁବନେଶ୍ବର : ଆଜି ମଧ୍ୟ ବିଧାନସଭା ଅଚଳ ରହିଛି। ଧାନ ଓ ଚାଷୀ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି। ବିିଜେଡି ଅଭିଯୋଗ କରିଛି, ବିଜେପି ସରକାର ଶାସନକୁ ଆସିବା ପରେ ଚାଷୀ ହନ୍ତ ସନ୍ତ। ସରକାର ଚାଷୀଙ୍କ ଧାନ କିଣୁନାହାନ୍ତି l ଆଇନ୍ ଶୃଙ୍ଖଳା, ନାରୀ ସୁରକ୍ଷା ଚିନ୍ତା ଜନକ ବିଷୟ। ଯେଉଁଥିପାଇଁ ପାଇଁ ଆମେ ଆନ୍ଦୋଳନ କରୁଛୁ । ଚାଷୀଙ୍କ ସ୍ୱର ସାଜି ବିଜେଡି ଲଢେଇ କରୁଛି ଓ କରିବ l

