ଆଜି ବି ଗୃହରେ ଉଠିପାରେ ମିଶନ ଶକ୍ତି କର୍ମୀଙ୍କ ଦରମା ପ୍ରସଙ୍ଗ
1 min read
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ। ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ। ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ ହୋଇଛନ୍ତି। ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ବିଜେଡି। ତେଣୁ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ବିଜେଡି ଉଠାଇପାରେ। ଗତକାଲି ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ସେହିପରି ଇଷ୍ଟ କୋଷ୍ଟ ରେଳୱେରୁ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇ ପାରନ୍ତି। ଏପରିକି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ମୁଖ୍ୟ ବିରୋଧୀ ବିଜେଡି ମୁଲତବୀ ପ୍ରସ୍ତାବାର ସମ୍ଭାବନା ଅଛି, ଲାଗୁଛି ଆଜି ମଧ୍ୟ ଗୃହ ସରଗରମ ରହିବ। ପ୍ରଶ୍ନକାଳରେ ରହିଛି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର ।