ବ୍ରଜରାଜନଗର ଆସନ ଖାଲି, କିଶୋରଙ୍କୁ ମନେ ପକାଇଲେ ବାଚସ୍ପତି

ଭୁବନେଶ୍ୱର: ବ୍ରଜରାଜନଗର ବିଜେଡି ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପରଲୋକ ପରେ ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ସ୍ୱର୍ଗତଃ ମହାନ୍ତି ଜଣେ ଜନପ୍ରତିନିଧି ଭାବେ ଅନେକ ସୁନାମ ଅର୍ଜନ କରିଥିଲେ । ସେ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବା ସହ ରାଜ୍ୟସଭାର ସାଂସଦ ଥିଲେ ।

ଏଥି ସହ ବିଧାୟକ ଭାବେ ସେ ଅନେକ ସମୟରେ ଲୋକଙ୍କ କଥା ଗୃହରେ ଉପସ୍ଥାପନା କରୁଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ କିଶୋର । ହୀରାକୁଦ ବିସ୍ଥାପିତଙ୍କ ହକ୍ ପାଇଁ ସେ ଲଢ଼େଇ କରିଆସିଥିଲେ । ତାଙ୍କ ପରଲୋକରେ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆସନଟି ଖାଲି ହେବା ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀ, ବିଧାନସଭାର ସମସ୍ତ ସଦସ୍ୟ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।

Leave a Reply