ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଉପରେ ହେବ ଆଲୋଚନା

Odisha Cabinet Nods 10 Proposals

ଭୁବନେଶ୍ୱର: ଶନିବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ସରକାରୀ ଉଦ୍ୟୋଗ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ବିଧାୟକମାନେ ପ୍ରଶ୍ନ କରିବେ  ।  ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ମଧ୍ୟ ଆଜି ଆଲୋଚନା ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଦେଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଆଲୋଚନାର ଉତ୍ତର ରଖିବେ ।

ଗତକାଲି ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବେଆଇନ ବାଲି ଚାଲାଣ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ରାଜ୍ୟରେ ନୂଆ ବାଲିନୀତି ଆଣିବାକୁ ଦାବି କରାଯାଇଛି । ୨୦୧୮ରେ ଆସିଥିବା ବାଲି ନୀତିକୁ କାହିଁକି ଏଯାଏଁ କାର୍ଯ୍ୟକାରୀ କରାଯାଉନି, ସେନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ । ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମନ୍ତ୍ରୀଙ୍କୁ ବାଚସ୍ପତି ପ୍ରଶ୍ନ କରିଥିଲେ । ଏ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ଦୁଇ ତିନିଟି ରାଜ୍ୟକୁ ଆମେ ବାଲି ଦେଉଛୁ । 144ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ । ବାଲି ବାବଦରେ ରାଜ୍ୟ ସରକାର 1500 କୋଟି ଟଙ୍କା ରାଜସ୍ବ ପାଉଛନ୍ତି । ତେବେ ଓଡ଼ିଶା ବାଲି ଚାଲାଣ ବାବଦରେ 5ହାଜର କୋଟି ଟଙ୍କା ରାଜସ୍ବ ହରାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ

Leave a Reply