ଆଜିଠୁ ଗୃହରେ ୨୦୨୫-୨୬ ବଜେଟ୍ ଉପରେ ଆଲୋଚନା
1 min read
ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷର ଉପାସ୍ଥାପିତ ହୋଇଥିବା ବଜେଟ୍ ଉପରେ ଆଜିଠୁ ଗୃହରେ ଆଲୋଚନା । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଗୃହରେ ଉପସ୍ଥାପିତ କରିଥିଲେ। ଏହାରି ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ବଜେଟରେ କେଉଁ କେଉଁ ଦିଗକୁ ଗୁରୁତ୍ବ ଦିଆଯାଇଛି, ଆଉ କେଉଁ ଦିଗ ଗୁଡିକୁ ଗୁରୁତ୍ବ ଦିଆଯାଇନାହିଁ ତାହାକୁ ନେଇ ଆଲୋଚନା ସମୟରେ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗୃହରେ ମୁହାଁମୁହି ହେବା ସମ୍ଭାବନା ରହିଛି । ପୂର୍ବରୁ ମୋହନଙ୍କ ବଜେଟକୁ ବିପରିତ ଦିଗରେ ଡବଲ ଇଞ୍ଜିନ ସରକାର ଗତି କରୁଛି ବୋଲି କହିଥିଲେ ନବୀନ। ସେପଟେ ଜଳ ସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା , ଇସ୍ପାତ, ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟ କାଳରେ ଆଇନ ଶୃଙ୍ଖଳା, ମିଶନ ଶକ୍ତି , ଓଡ଼ିଶାକୁ ଅଣଦେଖା ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ ବିରୋଧୀ । ଅନ୍ୟପଟେ ବିରୋଧୀ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ତେଣୁ ଆଜି ବି ଗୃହ ସରଗରମ ହୋଇପାରେ।