ମନ୍ଦିର ଖୋଲିବା ପାଇଁ ବିଧାନସଭାରେ ତାରାଙ୍କ ଗୁହାରି

House Normal After All Party Meeting Odisha Assembly

ଭୁବନେଶ୍ୱର:କରୋନା କାରଣରୁ ରାଜ୍ୟରେ ମନ୍ଦିର ସବୁ ବନ୍ଦ ହୋଇ ରହିଛି । ଯେଉଁଥିପାଇଁ ମନ୍ଦିର ଉପରେ ନିର୍ଭରଶୀଳ ପୂଜକ ଓ ଅନ୍ୟମାନଙ୍କ ଆୟ ପ୍ରଭାବିତ ହେଉଛି ।  ତେଣୁ ମନ୍ଦିର ଖୋଲିବାକୁ ବିଧାନସଭାରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ପୁରୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ତୁରନ୍ତ ଖୋଲିବା ପାଇଁ ସେ ବାଚସ୍ପତିଙ୍କ ନିକଟରେ ଗୁହାରି କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ବାହିନୀପତି ଆଜି  ମନ୍ଦିର ଖୋଲିବା ପାଇଁ ମଧ୍ୟ ଗୃହରେ ଦାବି କରିଥିଲେ । ୨୪ଘଣ୍ଟା ଭିତରେ ପୁରୀ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲା ଯାଉ ବୋଲି ସେ କହିଥିଲେ । ତାଙ୍କ କହିବା ହେଉଛି ମନ୍ଦିର ବନ୍ଦ କାରଣରୁ  ସେବାୟତ ଓ ପୂଜକ ହଇରାଣ ହଉଛନ୍ତି । ସେମାନଙ୍କ ଆୟ ପ୍ରଭାବିତ ହେଉଛି । ତେଣୁ ରାଜ୍ୟର ମନ୍ଦିର ଗୁଡିକୁ ତୁରନ୍ତ ଖୋଲାଯାଉ ।  ହାତ ଯୋଡ଼ି ଏ ପ୍ରସଙ୍ଗରେ ରୁଲିଂ ଦେବାକୁ କରିଛନ୍ତି ଦାବି । ତାରା ସ୍ୱରରେ ସ୍ୱର ମିଳାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ ମଧ୍ୟ କହିଛନ୍ତି ୨୪ ଘଣ୍ଟା ଭିତରେ ମନ୍ଦିର ଖୋଲାଯାଉ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଅନଲାଇନ୍ ଶିକ୍ଷା ଉପରେ ମଧ୍ୟ ତାରା ପ୍ରଶ୍ନ ଉଠାଇଥିଲେ । ଏହା ସହ ସେ ମଧ୍ୟ ଶିକ୍ଷା  ସହାୟକ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ । ୬ ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ମାନଙ୍କୁ ସରକାର ନିୟମିତ କରିନାହାନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି କରିଛନ୍ତି । ନହେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ ତାରା ।

Leave a Reply