ସର୍ବଦଳୀୟ ବୈଠକରେ ସହମତି: ସ୍ୱାଭାବିକ ହେବ ଗୃହ କାର୍ଯ୍ୟ

ଭୁବନେଶ୍ୱର: ଆଜିଠୁ ସ୍ବାଭାବିକ ହେବ ବିଧାନସଭା  । ଠିକଠାକ୍ ଚାଲିବ ଗୃହ କାର୍ଯ୍ୟ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଦିନ ୧୧ଟା ୩୦ରେ ସମବାୟ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ କିଣା ପ୍ରସଙ୍ଗରେ ଗୃହରେ ବିବୃତି ରଖିବେ । ଏହାସହ ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ସରକାରୀ ଦଳ ଆଣିଥିବା ଅଭିଯୋଗ ଗୃହରେ ଉପସ୍ଥାପନ ହେବନାହିଁ । ଏ ପ୍ରସଙ୍ଗ ସ୍ବାଧିକାର କମିଟିକୁ ଯିବ ବୋଲି ବାଚସ୍ପତି କହିଛନ୍ତି । ଗତକାଲି ବସିଥିବା ସର୍ବଦଳୀୟ ବୈଠକ ପରେ ସବୁ ଦଳ ଗୃହକୁ ସୁପରିଚାଳନା ପାଇଁ ସହମତି ପ୍ରକାଶ କରିଛନ୍ତି । ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗତ କିଛି ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଜାରି ରହିଥିଲା  । ତେବେ  ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ହେବା ନେଇ ଆଶା ରଖିଛନ୍ତି ବାଚସ୍ପତି  ।

ଏଥିସହିତ ପଢ଼ନ୍ତୁ: କଟକର ଘରୋଇ ବିଜ୍ଞାନ ମହାବିଦ୍ୟାଳୟରୁ ଆଉ ୧୩ କରୋନା ସଂକ୍ରମିତ ଚିହ୍ନଟ

Leave a Reply