ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗିଲୋଟିନରେ ଗୃହୀତ ହେଲା ସବୁ ବିଭାଗର ଖର୍ଚ୍ଚ ଦାବି

Odisha Assembly Adjourned As Opposition Rocks (1)

ଭୁବନେଶ୍ୱର: ଆଜି ବିଧାନସଭାରେ ସବୁ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ବିଶୃଙ୍ଖଳା ଯୋଗୁ ଗିଲୋଟିନ ଦ୍ୱାରା ଖର୍ଚ୍ଚ ଦାବି ଗୃହୀତ ହୋଇଛି । ପୂର୍ବାହ୍ନ ଅଧିବେଶନରେ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଜଡିଏସ୍ ରାୱତଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ସବୁ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

 Odisha Assembly Adjourned As Opposition Rocks

ଓଡ଼ିଶା ବିଧାନସଭାରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କୁ ଶ୍ରଦ୍ଧାଞ୍ଜଳି । ଦଳମତ ନିର୍ବିଶେଷରେ ସମସ୍ତେ ସିଡିଏସଙ୍କ ସ୍ମୃତିଚାରଣ ସହ ଶୋକ ପ୍ରକାଶ କରିଥିଲେ । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ଦେଶସେବାରେ ବିପିନ ରାୱତଙ୍କ ଅବଦାନ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରି ସହିଦଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯିବା ସହ ସହିଦଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି । ଅପରାହ୍ଣ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖା ଯାଇଛି ।

 Odisha Assembly Adjourned As Opposition Rocks

ଅନ୍ୟପଟେ ବିଧାନସଭାରେ ପଶିଛି କରୋନା । ବିଧାନସଭା  ସଚିବ ଓ ଅନ୍ୟଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ । ବାଚସ୍ପତି, ସଂସଦୀୟ ବ୍ୟାପାର ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ୬ ଜଣଙ୍କର ଆଜି ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆଗକୁ ସମସ୍ତ ବିଧାୟକଙ୍କୁ ବୁଷ୍ଟର ଡୋଜ୍‌  ଦେବା ପାଇଁ ଆରଏମଆରସି ସହ ଆଲୋଚନା କରାଯିବ । ଏହାସହ ଗୃହ ସ୍ୱଭାବିକ ଭାବେ ଚାଲିବା ପାଇଁ ଆଲୋଚନା ଜାରି ରହିଥିବା ବାଚସ୍ପତି କହିଛନ୍ତି ।

Odisha Assembly Adjourned As Opposition Rocks (1)

ଆଜି ସିଡିଏସ୍‌ ଜେନେରାଲ ରାୱତ ଓ ଅନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହ ଅପରାହ୍ନ ୪ଟା ଯାଏ ମୁଲତବି ରହିଲା । କିନ୍ତୁ ବିରୋଧୀଙ୍କ ଅସହଯୋଗ ଯୋଗୁ ବିଧାନସଭା ଶୀତ ଅଧିବେଶନର ଗତ ୭ଦିନ ଧୋଇଯାଇଛି । ଲୋକଙ୍କ ସମସ୍ୟା ନଉଠାଇ ରାଜନୈତିକ ଫାଇଦା ପାଇଁ ବିରୋଧୀ ପ୍ରତ୍ୟେକ ଦିନ ଜାଣିଶୁଣି ଗୃହକୁ ବନ୍ଦ କରୁଛନ୍ତି । ଯାହାକୁ ନେଇ ପୂରା ଓଡ଼ିଶାରେ ଅସନ୍ତୋଷର ସ୍ୱର ଉଠିଛି ।

Leave a Reply