ସମୃଦ୍ଧିର ସୋପାନରେ ଓଡିଶା, ଆଜି ପର୍ଯ୍ୟଟନ ଶିଳ୍ପ ଉପରେ ଆଲୋଚନା

ଟୋକିଓ: ସମୃଦ୍ଧିର ସୋପାନରେ ଓଡିଶା । ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରର ବିକାଶ ଉପରେ ଆଜି ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ହେବ । ଜାପାନର ସମୃଦ୍ଧ ସହର କ୍ୟୋଟୋରେ ଜାପାନ ଓ ଓଡ଼ିଶା ପ୍ରତିନିଧିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଭାବବିନିମୟ । ଆଲୋଚନାରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶ ଉପରେ ଆଲୋଚନା ହେବ।

ଏହା ସହ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଓ ବିକାଶ ନେଇ ମଧ୍ୟ ଜାପାନ ପ୍ରତିନିଧିଙ୍କ ସହ ଓଡ଼ିଶା ପ୍ରତନିଧି କରିବେ ଆଲୋଚନା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପ୍ରତିନିଧିମଣ୍ଡଳୀ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ଓଡ଼ିଶାରେ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଠ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ହୋଇଥିଲା ଆଲୋଚନା । ନିପ୍ପନର ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଥିଲେ ନବୀନ ।