କାଲି ଉପ-ନିର୍ବାଚନ ଗଣତି; ପ୍ରସ୍ତୁତି ଉପରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି…

1 min read

ଭୁବନେଶ୍ୱର: ଆସନ୍ତକାଲି ବାଲେଶ୍ଵର ଓ ତିର୍ତ୍ତୋଲ ମତ ଗଣନା ହେବ। ଏଥିପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି।   ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ।ବାଲେଶ୍ୱର ସଦର ପାଇଁ ବାଲେଶ୍ୱର କଲେକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁରରେ ଏସଭଏମ୍ କଲେଜରେ ଭୋଟ ଗଣନା ହେବ। ତେବେ କୋଭିଡ୍ ପାଇଁ ଜିଲ୍ଲା ପ୍ରଶାସନଗୁଡିକ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି ।

ଗୋଟିଏ ରୁମରେ ପୂର୍ବରୁ ୧୪ଟି ଟେବୁଲ ରଖାଯାଉଥିବା ବେଳେ ଗହଳି କମାଇବା ପାଇଁ ଏବେ ଏହାକୁ କମାଇ ୭ କରାଯାଇଛି । ସେହିଭଳି ୩ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ୬୭ ଆରଓ ଓ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି  ।  ସେହିଭଳି ପ୍ରଥମେ ପୋଷ୍ଟାଲ୍ ବାଲଟ ଗଣତି ହେବ। ପାଖାପାଖି ୮ଟା ୩୦ରୁ  ଇଭିଏମ ଗଣନା ଆରମ୍ଭ ହେବ। ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର ଭଳି ସମସ୍ତ କୋଭିଡ୍ ସଚେତନତାକୁ ଗୁରୁତ୍ୱ ଦିଆଯିବ ।

 

ଫଳାଫଳ ଘୋଷଣା କରିବା ପାଇଁ କ୍ୟାମେରା ଓ TV ରଖାଯାଇଛି।  ଭାରତୀୟ ନିର୍ବାଚନ କମିଶନ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ।  ସେହିଭଳି ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ।

Leave a Reply