ଆହୁରି ସମୃଦ୍ଧ ହେବ ଶିଳ୍ପ, ବିପୁଳ ପୁଞ୍ଜିନିବେଶ ଆଶାରେ ଓଡିଶା

ଭୁବନେଶ୍ବର: ଏକ ନୂଆ ଓଡ଼ିଶା ଗଠନରେ ସମସ୍ତ ଶିଳ୍ପ ସମୁଦାୟର ଭୂମିକା ଗୁରୁତ୍ବପୂର୍ଣ୍ଣ । ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମେକ ଇନ ଓଡ଼ିଶା କନକ୍ଲେଭରେ ସେ କହିଛନ୍ତି ଶିଳ୍ପର ବିକାଶ କ୍ଷେତ୍ରରେ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି ମେକ ଇନ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ।

୨୦୧୬ରେ ମେକ ଇନ ଓଡିଶାର ପ୍ରଥମ କନକ୍ଲେଭ ପରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ୨୦୧୮ରେ ମେକ ଇନ ଓଡିଶାର ଦ୍ବିତୀୟ କାର୍ଯ୍ୟକ୍ରମ ହୋଇଥିଲା । ଏହା ପରେ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଥିଲା । ଚଳିତ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ସୁଯୋଗ ଆଶା କରାଯାଉଛି ।