ସୁନାମି ପ୍ରସ୍ତୁତିରେ ଓଡ଼ିଶା ଆଗରେ, ଦୁଇଟି ଗାଁରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ…
1 min read
ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଆଗରେ ରହିଛି ଓଡିଶା । ଦେଶରେ ପ୍ରଥମ ରାଜ୍ୟ ଭାବେ ଦୁଇଟି ଗାଁରେ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ଓଡ଼ିଶା ସରକାର । ଗଂଜାମର ଭେଙ୍କଟରାଇପୁର ଓ ଜଗତସିଂହପୁର ନୋଳିଆ ସାହିରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଛି । କେନ୍ଦ୍ର ସରକାର ଏହି ଦୁଇ ଗାଁକୁ ସ୍ୱୀକୃତି ଦେଇଥିବା ବେଳେ, ୟୁନେସ୍କୋ ସୁପାରିଶ କରିଛି । ଏଥିସହ ଏହି ଦୁଇ ଗାଁକୁ ମିଳିବ ୟୁନେସ୍କୋ-ଆଇଓସି ସାର୍ଟିଫିକେଟ ।
ଓସଡ଼ମା ସହ ଭର୍ଚୁଆଲ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମରେ ସରକାର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବେ । ସେହିଭଳି ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଆବଶ୍ୟକ ।