ଟିକାକରଣରେ ରେକର୍ଡ, ୩ କୋଟି ଟପିଲା ପ୍ରଥମ ଡୋଜ୍

ଭୁବନେଶ୍ୱର: କରୋନା ବିରୋଧୀ ଲଢେଇରେ ଓଡ଼ିଶାର ସଫଳତା । ରାଜ୍ୟରେ ଟିକାକରଣରେ ରେକର୍ଡ । ୩ କୋଟି ଟପିଲା ପ୍ରଥମ ଡୋଜ୍ ଟିକାକରଣ । ଏନେଇ ଟ୍ୱିଟ୍ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟବାସୀଙ୍କୁ ଡବଲ ଡୋଜ୍ ଟିକା ନେବାକୁ ନିବେଦନ କରିଛି ବିଭାଗ ।
ଟିକାକରଣରେ ରାଜ୍ୟର ରେକର୍ଡ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୩କୋଟି ଟପିଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ଲଗାତର ଉଦ୍ୟମ ଓ ଉତ୍ସର୍ଗୀକୃତ ସେବା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ନିରନ୍ତର ପ୍ରୟାସ ଯୋଗୁ ରାଜ୍ୟ ଆଜି ଏହି ସପଳତା ହାସଲ କରିପାରିଛି  । ସ୍ୱାସ୍ଥ୍ୟକର୍ମୀଙ୍କ ଏହି କାର୍ଯ୍ୟ ପାଇଁ ରାଜ୍ୟବାସୀଙ୍କ ଜୀବନ ବଞ୍ଚିପାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply