’ଫାଇଭ-ଟି ସ୍କୁଲ ଯୋଗୁଁ ରାଜ୍ୟରେ ଡ୍ରପ ଆଉଟ ହାର କମିଛି’
1 min read
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଫାଇଭ-ଟିକୁ ପ୍ରଶଂସା। ଫାଇଭ-ଟି ସ୍କୁଲ ଯୋଗୁଁ ରାଜ୍ୟରେ ଡ୍ରପ ଆଉଟ ହାର କମିଛି । ବିଧାନସଭା ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୬ ପିଲା ନାମ ଲେଖାଇଥିଲେ । ୨୦୨୩-୨୪ରେ ନାମଲେଖା ସଂଖ୍ୟା ୨୧ ଲକ୍ଷ ୧୦ ହଜାର ୪୯୩କୁ ବୃଦ୍ଧି ପାଇଥିଲା। ରାଜ୍ୟରେ ସ୍କୁଲ ରୂପାନ୍ତରଣ ପାଇଁ ୨୪ ଜିଲ୍ଲାରେ ସରକାର ଗତ ୨୦୨୦-୨୧ରୁ ୨୦୨୩-୨୪ ଚାରି ବର୍ଷରେ ୩ ହଜାର ୮୮ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବଳକା ୬ ଜିଲ୍ଲାରେ ସ୍କୁଲ ରୂପାନ୍ତରଣ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିଲା । ଫାଇଭ-ଟି ସ୍କୁଲ ରୂପାନ୍ତରଣରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଲାବରେଟୋରୀ, କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୭୩୬ ସ୍କୁଲ ରୂପାନ୍ତରଣ କାମ ଜାରି ରହିଛି । ଏହି କାମ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହି ପ୍ରଶ୍ନର ଆଲୋଚନାରେ ବିଜେପିର କିଛି ବିଧାୟକ ସ୍କୁଲ ରୂପାନ୍ତରଣରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଏନେଇ କୌଣସି ବିଧିବଦ୍ଧ ଅଭିଯୋଗ ଆସିନି । ସେହିପରି ବିରୋଧୀଙ୍କ କଟାକ୍ଷ କରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଫାଇଭ-ଟି ସ୍କୁଲ ବ୍ଯାପକ ସଫଳତା ପାଇଛି। ଏଥିସହିତ ସେ ଫାଇଭ ଟି ସ୍କୁଲରେ କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ନେଇ ଉଦବେଗ ପ୍ରକାଶ କରିଥିଲେ।