ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ବକ୍ସିଂ ଚାମ୍ପିଆନଙ୍କୁ ଉଦ୍ଧାର କଲେ ଓଡ଼ିଆ ପୁଅ

ନୟାଗଡ଼: ଓଡ଼ିଆ ପୁଅଙ୍କ ସାହସିକତା । ନିଜ ଜୀବନକୁ ବାଜି ଲଗାଇ ଗଭୀର ସମୁଦ୍ର ଭିତରୁ ଦୁଇଜଣ ବକ୍ସିଂ ଚାମ୍ପିଅନଙ୍କୁ ଉଦ୍ଧାର କଲେ ନୟାଗଡ ପଥରପୁଞ୍ଜି ଗାଁର ଚିତ୍ତରଞ୍ଜନ ପ୍ରଧାନ । ତାଙ୍କର ଏହି ସାହସିକତା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ପୁଡୁଚେରୀର ବାଚସ୍ପତି ପ୍ରଶଂସା କରିଛନ୍ତି । ସାହାସୀ ଚିତ୍ତରଞ୍ଜନ । ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ପଥରପୁଞ୍ଜି । ଜୀବନକୁ ବାଜି ଲଗାଇ ସମୁଦ୍ରପାଣିରୁ କୋଏମ୍ବାଟୁରର ୧୭ ବର୍ଷୀୟା ଜୁନିୟର ବକ୍ସିଂ ଚାମ୍ପିଅନ ଅମ୍ରିତା ଶିବାକୁମାରନ ଓ ତାଙ୍କ କୋଚ୍ ସର୍ବେଶ୍ୱରନ୍‌ଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ଏହି ଦୁଃସାହାସିକ କାର୍ଯ୍ୟପାଇଁ ପୁଡୁଚେରୀ ବାଚସ୍ପତି ନିଜ ଵାସଭବନରେ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି । ନୂଆ ଜୀବନ ପାଇଁ କୃତଜ୍ଞତା ଜଣାଇଛନ୍ତି ଅମ୍ରିତା ଶିବାକୁମାରନ ।

ଚିତ୍ତରଞ୍ଜନ ରାଜସୁନାଖଳା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଜଣେ କର୍ମଚାରୀ । ଗତ ୫ ତାରିଖରେ ବିଦ୍ୟାଳୟ ପକ୍ଷରୁ ମେଡ଼ିଟେସନ ପାଇଁ ଯାଇଥିଲେ ପୁଡୁଚେରୀ । 8 ତାରିଖ ଦିନ ପୁଡୁଚେରୀ ସମୁଦ୍ର କୂଳରେ ବୁଲୁଥିବାବେଳେ ୩ଜଣ ସମୁଦ୍ରରେ ବୁଡୁଥିବା ଦେଖିବାକୁ ପାଇଥିଲେ । ଲାଇଫଗାର୍ଡ ଥିବା ସତ୍ତ୍ବେ କେହି ସମୁଦ୍ରକୁ ଯିବାକୁ ସାହସ କରି ନଥିଲେ । ହେଲେ ଜୀବନକୁ ବାଜି ଲଗାଇ ସେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ତେବେ ଅନ୍ୟଜଣଙ୍କୁ ଅନ୍ୟଜଣେ ପାଣିରେ ବୁଡିଯାଇଥିଲା । ତାଙ୍କର ଏହି ସାହସିକତା ପାଇଁ ଶ୍ରୀଅରବିନ୍ଦ ଆଶ୍ରମ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚିତ୍ତରଞ୍ଜନଙ୍କ ଏଭଳି କାର୍ଯ୍ୟ ଅଞ୍ଚଳ ପାଇଁ ଗର୍ବ ଆଣିଥିବା କହିବା ସହ ସଭିଏଁ ପ୍ରଶଂସା କରିଛନ୍ତି ।

Leave a Reply