ଓଡ଼ିଶା ନୁହେଁ ଛତିଶଗଡ଼ ସ୍ୱାର୍ଥ ପାଇଁ କାମ କରୁଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବିଜେପିର ମହାନଦୀ ଷଡ଼ଯନ୍ତ୍ରର ମୁଖା ଖୋଲିଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାର ଜୀବନରେଖା ସହିତ ରାଜନୀତି କରିଛି ବିଜେପି । ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା ।

ତଥ୍ଯ ପ୍ରମାଣ ସହିତ ପାଣ୍ଡିଆନ କହିଛନ୍ତି, ମହାନଦୀ ବିବାଦ ସମ୍ପର୍କରେ କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶିକରି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ । କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ବିଜେପିର ସରକାର ଷଡ଼ଯନ୍ତ୍ର କରିଥିଲେ ।

ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା । ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଢିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି ।