ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଭୟପୁର ଗାଁର ନିଟ୍ ପରୀକ୍ଷା କୋଟାରେ ତାଲିମ ନେଉଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଜରଡ଼ା ପଂଚାୟତ ଅଭୟ ପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋସନ କୁମାର ପାତ୍ର। ତାଙ୍କର ବୟସ ୨୪ ବର୍ଷ। ରୋସନ ଗତବର୍ଷଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିବା ପରେ ତାଙ୍କ ପରିବାର କୋଟା ଯାଇଛନ୍ତି। ସେମାନେ ପହଞ୍ଚିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ରୋସନଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

