ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ଲଭ ସେକ୍ସ ଧୋକା ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର: ନାମୀଦାମୀ ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ ସେକ୍ସ ଧୋକା ଅଭିଯୋଗରେ ଦେବେଶଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ଧୋକା ଦେଇଥିବା ଅଭିଯୋଗରେ ଦେବେଶଙ୍କୁ ଗିରଫ କରାଯାଇଛି ।

ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଯୁବତୀ ଜଣଙ୍କ ସହ ଦେବେଶଙ୍କ ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ନିଶା ଦେଇ ଗର୍ଭ ନଷ୍ଟ କରିଥିବା ନେଇ ସାଂଘାତିକ ଅଭିଯୋଗ କରିଥିଲେ ଯୁବତୀ । ଏହାଛଡ଼ା ଟଙ୍କା ମଧ୍ୟ ଠକି ନେଇଥିବା ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ।