ନିୟମକୁ ଫୁ… ସଂଘରୋଧ କେନ୍ଦ୍ରରେ ବାଲଟି, ଥାଳି ଧରି ଫେରନ୍ତାଙ୍କ ସଂକୀର୍ତ୍ତନ

ଭଦ୍ରକ: ଡେଞ୍ଜର ରେଡ୍ ଜୋନରେ ଭଦ୍ରକ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କୁ ମଧ୍ୟ ଅନ୍ୟ ରାଜ୍ୟ ସହ ଆଲୋଚନା କରି ଅଣାଯାଉଛି । ତେବେ, ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନିୟମ ମାନୁନାହାଁନ୍ତି । ଗତକାଲି ଗଞ୍ଜାମରେ ସଂଘରୋଧ କେନ୍ଦ୍ରରୁ ଫେରନ୍ତାମାନେ ଚମ୍ପଟ୍ ମାରିଥିଲେ । ଆଜି ଭଦ୍ରକ ଜିଲ୍ଲାର କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଆସିଛି ଫେରନ୍ତାଙ୍କ ମସ୍ତିର ଭିଡିଓ । ଯାହା ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା କୋଲକାତା ଫେରନ୍ତାଙ୍କ ଭିଡିଓ ଭାଇରାଲ୍ ହୋଇଛି । ସଂଗରୋଧରେ ଥିବା କୋଲକାତା ଫେରନ୍ତାମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟିକ୍ ଭିଡିଓ କରି ମସ୍ତି କରୁଛନ୍ତି । କିଏ ଝାଡ଼ୁ ଧରିଛି ତ କିଏ ଥାଳି ଓ ଆଉ କିଏ ବାଲଟି । ଥାଳି, ବାଲଟି ବାଡ଼େଇ କୋଲକାତା ଫେରନ୍ତାମାନେ ସଂଘରୋଧରେ ସଂକୀର୍ତ୍ତନ କରିଛନ୍ତି ।ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୯ ଜଣ କୋଲକାତା ଫେରନ୍ତା ଅଛନ୍ତି । ଟିକଟିକ୍ ଭିଡିଓ ଭାଇରାଲ୍ ହେବା ପରେ ଫେରନ୍ତାଙ୍କ ନାଁରେ ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ଏତଲା ଦେଇଛନ୍ତି । ତିହିଡ଼ି ଥାନାରେ ସରପଞ୍ଚ, ୯ ଫେରନ୍ତାଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ମୁଖ୍ୟ ଶାସନ ସଚିବ ଫେରନ୍ତା କୌଣସି ନିୟମ ଉଲ୍ଲଂଘନ କଲେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ।

Leave a Reply