ଆଇପିଏଲ୍ ଅକ୍ସନରେ ସାମିଲ ହେଲେ ଓଡ଼ିଆ ଖେଳାଳି

1 min read

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ଦୁଇ ଓଡ଼ିଆ । ଆଇପିଏଲ୍‌ ଅକ୍ସନ ପୂର୍ବରୁ ଖେଳାଳିଙ୍କ ଫାଇନାଲ ଲିଷ୍ଟ ଜାରି କରିଛି BCCI । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ମୋଟ ୫୯୦ ଜଣ ଖେଳାଳିଙ୍କ ନାଁ ଜାରି କରାଯାଇଛି । ଏଥିରେ ଥିବା ଦୁଇ ଓଡ଼ିଆ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ।

ଶୁଭ୍ରାଂଶୁ ଓଡ଼ିଶା ରଣଜୀ ଟିମ୍‌ର ଅଧିନାୟକ ଅଛନ୍ତି । ଅଭିଷେକ୍‌ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ IPL ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶା ପାଇଁ ରଣଜୀ ଖେଳୁଛନ୍ତି । ଦୁଇଜଣଙ୍କ ବେସ୍‌ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଓଡିଶାରୁ ମୋଟ 5 ଖେଳାଳି ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ। ହେଲେ ଶୁଭ୍ରାଂଶୁ ଓ ଅଭିଶେକଙ୍କୁ ନିଲାମୀରେ ସାମିଲ କରାଯିବ ବୋଲି BCCI ପକ୍ଷରୁ ଲିଷ୍ଟ ଜାରି କରାଯାଇଛି । ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଆଇପିଏଲ୍‌ ମେଗା ଅକ୍ସନ ।

ଏଥିସହିତ ପଢ଼ନ୍ତୁ: କୁକୁଡ଼ା ପାଇଁ ସଜେଇ ହେଲା କୋକେଇ: ଅନ୍ତିମ ସଂସ୍କାର କଲେ ମାଲିକ

Leave a Reply