ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଛି ଏନଏମଏ: ସାଂସଦ ପିନାକୀ ମିଶ୍ର

ପୁରୀ: ଶ୍ରୀମନ୍ଦିର ଓ ଶ୍ରୀଜିଉଙ୍କ ପ୍ରତି ଅପମାନ  । ଶ୍ରୀଜଗନ୍ନାଥ ମନ୍ଦିରକୁ ସ୍ମାରକୀ ବିବେଚନା କଲା ଜାତୀୟ ସ୍ମାରକୀ ପ୍ରାଧିକରଣ  । ଏନେଇ ପ୍ରାଧିକରଣ ବିଜ୍ଞପ୍ତି ଜାରି କରିଛି  । ପ୍ରାଧିକରଣ ବିଜ୍ଞପ୍ତି ଅନୁସାରେ ୪ଟି ଅନ୍ୟ ଧର୍ମର ସ୍ମାରକୀପୀଠ ସହ ତାଲିକାରେ ସ୍ଥାନ ପାଇଛି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ।  ଜୀବନ୍ତ ଠାକୁର ରହୁଥିବା ଜଗନ୍ନାଥ ମନ୍ଦିରକୁ କେବଳ ଏକ ସ୍ମାରକୀ ଭାବେ ବିବେଚନା କରାଯାଇପାରିବ କି? ସାଢେ ୪ କୋଟି ଓଡ଼ିଆଙ୍କ  ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର  । ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । ହଠାତ ଏନଏମଏର ଏଭଳି ବିଜ୍ଞପ୍ତି ପଛରେ ଉଦ୍ଦେଶ୍ୟ କଣ ରହିଛି ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା  ।

ଜଗନ୍ନାଥଙ୍କ ନୀତିକାନ୍ତିରେ ଜଡିତ ଥିବା ସେବାୟତଙ୍କ ସହ ଏ ବାବଦରେ ପରାମର୍ଶ କରିବା ଜରୁରୀ ନଥିଲା କି? ଜୀବନ୍ତ ଠାକୁର ରହୁଥିବା ଜଗନ୍ନାଥ ମନ୍ଦିରକୁ କେବଳ ଏକ ସ୍ମାରକୀ ଭାବେ ବିବେଚନା କରାଯାଇପାରିବ କି? ଏହା କଣ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ନୁହେଁ ? ଓଡ଼ିଆଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର  । ଶ୍ରୀଜିଉଙ୍କ ପାଇଁ ଏହା ଘୋର ଅପମାନ  । ଏହା ପଛରେ କାହାର ହାତ ରହିଛି  ।

Fire Department Sanitized Lingaraj Temple Premises Before Reopening

ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ ରୋକିବାକୁ ଏହା ଏକ ବିଧିବଧ ଷଡ଼ଯନ୍ତ୍ର  ।ଏହାକୁ ସବୁ ମହଲରେ ଘୋର ନିନ୍ଦା କରାଯାଇଛି  । ୨୪ ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର ପାଇଁ ଉଠିଛି ଦାବି  ।  ପୁରୀରେ ସେବାୟତ ମାନେ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି  । କେବଳ ସେବାୟତ ନୁହଁନ୍ତି ହଜାର ହଜାର ଶ୍ରଦ୍ଧାଳୁ ଏଭଳି ଏକପାକ୍ଷିଆ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି  ।

ଅନ୍ୟପଟେ ଏନଏମଏର ଚକ୍ରାନ୍ତକୁ ଦୃଢ ନିନ୍ଦା କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ପିନାକୀ । କହିଛନ୍ତି, ପୁରୀ ସୌନ୍ଦର୍ଯ୍ୟକରଣ କାମକୁ ଦିଗହରା କରିବାକୁ ଉଦ୍ୟମ କରାଯାଉଛି । ଯାହା ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବାଧା ଦେବାକୁ ଏ ପ୍ରୟାସ କରାଯାଉଛି ବୋଲି ପିନାକୀ କହିଛନ୍ତି ।

Leave a Reply