ଚାଲିଗଲେ ସଙ୍ଗୀତକାର ଶାନ୍ତିରାଜ, କୋଭିଡରେ ଥିଲେ ସଂକ୍ରମିତ

1 min read

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିଲେ ଶାନ୍ତିରାଜ । ହଠାତ୍ ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ମେଡିକାଲକୁ ଯାଉଥିଲେ । ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଶାନ୍ତିରାଜ ଖୋସଲା ବହୁ ଆଲବମ୍ ଓ ଫିଲ୍ମରେ ତାଙ୍କ ସଙ୍ଗୀତର ଯାଦୁ ଛାଡିଯାଇଛନ୍ତି । ଧନରେ ରଖିବୁ ଶପଥ ମୋର ହେଉ ବା ମୋତେ ଆଣିଦେଲୁ ଲକ୍ଷେ ଫଗୁଣ, ବାଇଶି ପାହାଚେ ଖେଳିବ ମୀନ ହେଉ କି ତୋର ମୋର ଯୋଡି ସୁନ୍ଦର  । ସବୁଥିରେ ତାଙ୍କ ସଙ୍ଗୀତ ଶ୍ରୋତାଙ୍କୁ କରିଛି ଆନ୍ଦୋଳିତ । ଶାନ୍ତିରାଜଙ୍କ ପରଲୋକ ଓଡିଆ ଫିଲ୍ମ ଓ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ସେପଟେ ଶାନ୍ତିରାଜଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ଶୋକପ୍ରକାଶ କରିଛନ୍ତି  ।

Leave a Reply