ପରଦାକୁ ଆସିଲା ସ୍ବର୍ଗତ ରାଇମୋହନ ପରିଡାଙ୍କ ଶେଷ ଓଡ଼ିଆ ଫିଲ୍ମ ‘ଓମ୍ ସ୍ବାହା’

କଟକ: ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ସ୍ବର୍ଗତ ରାଇମୋହନ ପରିଡାଙ୍କ ଶେଷ ଓଡ଼ିଆ ଫିଲ୍ମ ‘ଓମ୍ ସ୍ବାହା’। ଏଥିର ରାଇମୋହନଙ୍କୁ ଜଣେ କୌଳିକ ବ୍ରାହ୍ମଣ ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଜ୍ୟୋତି, ଦିବ୍ୟା ଏବଂ ଅପୋଜିଟ୍‌ରେ ଅଛନ୍ତି ନବାଗତା ସସ୍ମିତା। କଟକ ସଙ୍ଗମ ହଲରେ ଏହାର ରିଲଜ୍ ହୋଇଛି ଓଡ଼ିଆ ଫିଲ୍ମ ଓମ୍ ସ୍ବାହା ।

ଧୀରେ ଧୀରେ ଆଧୁନିକ ସମାଜ ସହିତ ଖାପ ଖୁଆଇ ମଣିଷ ତାର କୌଳିକ ବୃତ୍ତି ହରାଇ ବସିଲାଣି । ତେବେ ମଣିଷର ଏହି କୌଳିକ ବୃତ୍ତି ହିଁ ତାର ପରିଚୟ ଦିଏ । ଏମିତି ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଓମ୍ ସ୍ବାହା। ଜଣେ ନୈଷ୍ଠିକ ବ୍ରାହ୍ମଣ ନିଜର କୌଳିକ ବୃତ୍ତିକୁ ଜାବୁଡି ଧରି ଆଗାମୀ ପିଢିକୁ ବାଟ ଦେଖାଇବାର ସଂଘର୍ଷର କାହାଣୀ ରହିଛି ‘ଓମ୍ ସ୍ବାହା’ରେ।

ସିଆରେ ଏଣ୍ଟରଟେନମେଣ୍ଟ ଏବ ଏଲଟି ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି ଫିଲ୍ମ ଓମ ସ୍ବାହା। ଫିଲ୍ମରେ ପାରିବାରିକ କାହାଣୀ ସହ ରହିଛି ଲଭ, କମେଡି ଓ ଆକ୍ସନ। ଫିଲ୍ମର କ୍ରିଏଟିବ, କୋରିଓଗ୍ରାଫର ଲାଇନ ପ୍ରଡକ୍ସନ ଲୁବୁନ ଟୁବୁନ ସମ୍ଭାଳି ଥିବାବେଳେ ଚିତ୍ରନାଟ୍ୟ ସଂଳାପ ଦାୟିତ୍ୱ ନେଇଛନ୍ତି ଯାତ୍ର ଜଗତର ସୁପରିଚିତ ହର ବାରିକ। ଫିଲ୍ମରେ ମୋଟ୍ ୫ ଟି ଗୀତ ରହିଛି। ଯାହାକୁ କୁଲଦୀପ, ହ୍ୟୁମାନ୍ ସାଗର, ଈରା ମହାନ୍ତିଙ୍କ ଭଳି ନାମୀଦାମୀ କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି। ଦିଲ୍ଲୀପ ପଣ୍ଡା ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି ବିଜୟ ଦ୍ବିବେଦୀ।