ମୁମ୍ବାଇରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ମୁମ୍ବାଇରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ ଯୁବକ ହେଲେ ଚୌଦ୍ୱାର ପାଇକରା ପୁର ଅଞ୍ଚଳର ସରୋଜ ଜେନା । ସେ ମରଚାଣ୍ଟ ନେଭିରେ କୋର୍ସ୍ ସରିବା ପରେ ମୁମ୍ବାଇ ସ୍ଥିତ ଏକ ଘରୋଇ ସିପିଂ କମ୍ପାନୀରେ ନିଯୁକ୍ତି ପାଇଁ 15 ମାସିକ ପ୍ରଶିକ୍ଷଣ ପାଇଁ ଅକ୍ଟୋବର ମାସରେ ଯାଇଥିଲେ । ତାଙ୍କର ପ୍ରାୟ ୨ ମାସର ପ୍ରଶିକ୍ଷଣ ମଧ୍ୟ ଠିକରେ ଚାଲିଥିଲା । ୨୩ ତାରିଖ ରାତିରୁ ତାଙ୍କର ଫୋନ୍ ଆଉ ଲାଗୁ ନଥିବା ପରିବାର ଲୋକ କହିଛନ୍ତି ।

ତାର ନିଖୋଜ ନେଇ କମ୍ପାନୀ କତୃପକ୍ଷ ୨୪ ତାରିଖ ରାତିରେ ଥାନାରେ ଏତଲା କରିବା ସହିତ ପରିବାରକୁ ଜଣାଇଥିଲେ । ଗତକାଲି ସମୁଦ୍ରରୁ ତାର ଗଳିତ ଶବ ଉଦ୍ଧାର କରାଯାଇଛି । ପୁଅର ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ଏହା ଦୁର୍ଘଟଣା ନୁହେଁ ବରଂ କେହି ତାକୁ ସମୁଦ୍ରକୁ ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି । ପୁରା ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ସେମାନେ ଚୌଦ୍ୱାର ଥାନାରେ ଲିଖିତ ଏତଲା ଦେଇଛନ୍ତି । ପରିବାର ସଦସ୍ୟ ମୁମ୍ବାଇରେ ପହଞ୍ଚି ସରୋଜର ଶେଷକୃତ୍ୟ ସେଠାରେ କରିଛନ୍ତି ।