spot_img

Latest Posts

ଆଇସିୟୁରେ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ, ଆପଣଙ୍କ ଛୋଟିଆ ସାହାଯ୍ୟ ତାଙ୍କୁ କରିପାରେ ଆରୋଗ୍ୟ

ଆଇସିୟୁରେ ଗୀତିକାର ଗଗନ ରାଉତ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

 

ଓଡିଶାର ସ୍ୱନାମଧନ୍ୟ ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ ଗଗନ ରାଉତ୍‌ ଏବେ କଟକ ସିଡିଏ ସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌ର ଆଇସିୟୁରେ ଅଛନ୍ତି ।୧୮ ତାରିଖ ଦିନ ସେ ସନ୍ଧ୍ୟାରେ ନିଜ ଘର ଟାଙ୍ଗୀକୁ ତାଙ୍କ ବାଇକ୍‌ରେ ଫେରୁଥିବାବେଳେ  ରାସ୍ତାରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ସେ ରାସ୍ତାକଡ଼କୁ ଛିଟ୍‌କି ପଡିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କଟକ ବଡମେଡିକାଲ୍‌ ଓ ପରେ ଅଶ୍ୱିନୀକୁ ନିଆ ଯାଇଥିଲା । ଏବେ ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି  । ଦୁଇ ଦିନ ଭିତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି । ଆଗକୁ ଚିକିତ୍ସାରେ ଅର୍ଥ ବାଧକ ସାଜିପାରେ ବୋଲି ପରିବାରବର୍ଗ ଆଶଙ୍କା କରୁଛନ୍ତି । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି କିଛି ସହାୟତାର ହାତ ବଢେଇବା ପାଇଁ ଚାହୁଁଥାନ୍ତି ତାହେଲେ ନିକଟ ସଂପର୍କୀୟ ପବିତ୍ରଙ୍କୁ(୮୩୨୭୭୬୩୭୪୨) ନମ୍ବରରେ ଯୋଗାଯୋଗ କରିପାରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

 

ଗଗନ ରାଉତ୍ ଖାଲି ଆଧୁନିକ କି ଭଜନ ନୁହେଁ ବରଂ ଓଡିଆ ସିନେମା ପାଇଁ ବି ସୁମଧୁର ଗୀତ ରଚନା କରିଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୮୦୦୦ ଗୀତ ରଚନା କରିଥିବାବେଲେ ୨୦୦ରୁ ଅଧିକା ଗୀତରେ ସ୍ୱର ସଂଯୋଜନା ମଧ୍ୟ କରିଛନ୍ତି । ତାଙ୍କ ରଚନାରେ ବାବୁଲ୍‌ ସୁପ୍ରିୟୋ,ନରେନ୍ଦ୍ର କୁମାର,କୃଷ୍ଣଚନ୍ଦ୍ର,କୁମାର ବାପି,ଇରା ମହାନ୍ତି,ହ୍ୟୁମାନ ସାଗର ଭଳି ବହୁ ନାମୀଦାମୀ କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିବା ବେଳେ ସମ୍ରାଟ୍‌ କ୍ୟାସେଟ୍‌,ସାର୍ଥକ୍‌ ମ୍ୟୁଜିକ୍‌ ଭଳି ବଡ଼ ବଡ଼ କଂପାନୀରେ ତାଙ୍କ ଗୀତଗୁଡିକ ମୁକ୍ତିଲାଭ କରିଛି  ।

ଆଜି ଏଭଳି ଏକ ସମୟରେ ନନ୍ଦିଘୋଷ ଟିଭି ପରିବାର ପ୍ରଭୁ ଜଗନ୍ନାଥଙ୍କ ପାଖରେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

Latest Posts

Don't Miss