ପଞ୍ଚଭୂତରେ ଲୀନ ହେଲେ ସହିଦ ସୁଶାନ୍ତ ଖୁଣ୍ଟିଆ, ଗାଁ ଶ୍ମାଶାନରେ ହେଲା ଶେଷକୃତ୍ୟ

1 min read

କେନ୍ଦୁଝର: ଜନ୍ମମାଟିରେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ସରିଲା ଅନ୍ତିମ ସଂସ୍କାର । ଗାଁରେ ମୃତଦେହ ପହଞ୍ଚିବା ପରେ ଶୋଭାଯାତ୍ରା ନିଆଯାଇଥିଲା । ଗାଁ ଶ୍ମଶାନରେ ସୁଶାନ୍ତଙ୍କ ଶେଷକୃତ୍ୟ କରାଯାଇଛି ।  ସହିଦ ସୁଶାନ୍ତ ଅମର ରହେ ଧ୍ବନୀରେ ଫାଟି ପଡୁଥିଲା ପୂରା ପରିବେଶ । ସୁଶାନ୍ତ ବିୟୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ । ମୃତ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିସାହିରେ ହୋଇଥିବା ବେଳେ ସେ CRPF 60 ବାଟାଲିଆନର ଯବାନ ଭାବେ କାର୍ଯ୍ୟରତ ଥିଲେ । ଦୁଇମାସ ତଳେ ସୁଶାନ୍ତଙ୍କ ବିବାହ ହୋଇଥିଲା । ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କ ଚାଲିଥିଲା କମ୍ବିଂ ଅପରେସନ । ଏହି ସମୟରେ ମାଓବାଦୀଙ୍କ ଆକ୍ରମଣରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ । ରାଞ୍ଚି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେ ସହିଦ ହୋଇଥିଲେ । ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁ ଖରର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି । ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଏବଂ ଗାଁ ଲୋକେ । ୨୦୨୦ ମସିହାରେ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ଚଳିତ ବର୍ଷ ଆଗପଛ ହୋଇ ପ୍ରାଣ ହରାଇଥିଲେ ।