ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ହେଲେ ଓଡ଼ିଆ ପୁଅ IPS ସତ୍ୟ ନାରାୟଣ ପ୍ରଧାନ

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ଅଫିସରଙ୍କୁ ବଡ଼ ଦାୟିତ୍ୱ। ଏନସିବି ଡିଜି ହେଲେ ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ। ୨୦୨୪ ଅଗଷ୍ଟ ୩୧ପର୍ଯ୍ୟନ୍ତ ସେ ଦାୟିତ୍ୱରେ  ରହିବେ। ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଏନଡିଆରପିଏଫ୍ ଦାୟିତ୍ୱରେ ଥିବାବେଳେ ତାଙ୍କୁ ଏନସିବିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୯ରେ ସେ ଏନଡିଆରଏଫ୍ ଡିଜି ଭାବେ ଦାୟିତ୍ୱ ନେଇଥିଲେ। ସଫଳତାର ସହିତ ଏନଡିଆରପିଏଫର ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସତ୍ୟନାରାୟଣ। କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏନସିବି ଡିଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ଏନଡିଆରଏଫ ଡିଜି ଥିବା ବେଳେ ସତ୍ୟନାରାୟଣଙ୍କ ନେତୃତ୍ୱରେ ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଛି। ଖାସକରି ଏହି ଓଡ଼ିଶାରେ ଅନେକ ବାତ୍ୟା ମାଡ ହୋଇଥିବା ବେଳେ ସତ୍ୟନାରାୟଣ ଏନଡିଆରଏଫ ଡିଜି ଭାବେ ବେଶ ତତ୍ପରତା ଦେଖାଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଯେଉଁଭଳି କାର୍ଯ୍ୟ କରୁଥିଲା ସେଥିପାଇଁ ସତ୍ୟନାରାୟଣଙ୍କ ନିକଟକୁ ଓଡ଼ିଶାରୁ ପ୍ରଂଶସାର ସୁଅ ଛୁଟିଥିଲା। ଏହାସହ ଦେଶର ବଡ ବଡ ବିପର୍ଯ୍ୟୟ ମୁକାବିଲା ପାଇଁ ସତ୍ୟନାରାୟଣଙ୍କ ଆଗୁଆ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।

ଏହାସହ ଏନସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ଶାହାରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଫଶିଥିଲେ। ସେତେବେଳେ ସତ୍ୟନାରାୟଣ କହିଥିଲେ, ସିଏ ଯିଏ ହେଉନା କାହିଁକି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଅଭିଯୁକ୍ତଙ୍କୁ ଧରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି କହି ଦେଶବାସୀଙ୍କ ମନ ଜିଣିଥିଲେ ନବନିଯୁକ୍ତ ଏନସିବିର ମୁଖ୍ୟ ସତ୍ୟନାରାୟଣ ପ୍ରଧାନ।

Leave a Reply