ଓଡ଼ିଶାରେ ପହଞ୍ଚିଲେ ଓଡ଼ିଆ ହକି ତାରକା: ବିମାନରେ ବନ୍ଦରରେ କ୍ରୀଡ଼ାମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି କଲେ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଓଡ଼ିଆ ହକି ତାରକା । ମଙ୍ଗଳବାର ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଆ ହକି ଖେଳାଳି । ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ଓଡ଼ିଶା ଫେରିଛନ୍ତି ଉଭୟ ପୁରୁଷ ଓ ମହିଳା ହକି ଖେଳାଳି । ସଦ୍ୟ ସମାପ୍ତ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବେ ବେଳେ ମହିଳା ଦଳ କଡ଼ା ଟକ୍କର ଦେବା ସତ୍ତ୍ୱେ ପଦକ ବିଜୟରୁ ବଞ୍ଚିତ ହୋଇଛି । ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳା ହକି ଦଳରେ ୨ ଜଣ ଲେଖାଏଁ ଓଡ଼ିଆ ଖେଳାଳି ଭାଗ ନେଇଥିଲେ ଏବଂ ନିଜ ଦମ୍‌ଦାର ପ୍ରଦର୍ଶନ ସହ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ନମିତା ଟପ୍ପୋ, ଦୀପଗ୍ରେସ ଏକ୍କା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲ ।

ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ । ପରେ ସେମାନଙ୍କ ଭିନ୍ନ କାର୍ ଜରିଆରେ ପାଇଲଟ ଗାଡ଼ି ସହ ଘରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି ।

Leave a Reply