ନେପାଳୀ ଝିଅ ପ୍ରତିଷାଙ୍କୁ ବିବାହ କଲେ ଓଡ଼ିଆ ପୁଅ କ୍ଷୀରୋଦ
1 min readସୋର (ତପୋଧନ ବାରିକ): ପ୍ରେମ ମାନେନା ସୀମା ସରହଦ । କାହାକୁ କେତେବେଳେ କେଉଁଠି କାହା ସହିତ ପ୍ରେମ ହେବ ତାହା କେହି କହିପାରିବେ ନାହିଁ । ତେଣିକି ସେ ବିଦେଶୀନୀ ହେଉ କି ଆଉ କିଏ । ସେମିତି ଏକ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁରେ । ନେପାଳ ଝିଅ ସାଜିଛନ୍ତି ଓଡ଼ିଆ ବୋହୂ ।
ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁର କ୍ଷୀରୋଦ ଓ ନେପାଳ ଝିଅ ପ୍ରତିଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୫ ବର୍ଷ ତଳେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରିବା ବେଳେ ପ୍ରତିଷାଙ୍କ ସହିତ କ୍ଷୀରୋଦଙ୍କ ହୋଇଥିଲା ଭେଟ । ଆଉ ସେଇଠୁ ଉଭୟଙ୍କ ଭିତରେ ଗଢି ଉଠିଥିଲା ଭଲପାଇବା ।
ରୋନା କଟକଣା ବିବାହରେ ପ୍ରତିବନ୍ଧକ ସାଜିଥିବା ବେଳେ ଉଭୟ ମୁମ୍ବାଇରୁ ଓଡ଼ିଶା ଚାଲିଆସିଥିଲେ । କୋଭିଡ ନିୟମମାନି ସଂଗରୋଧ କେନ୍ଦ୍ରରେ ରହିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଉଭୟଙ୍କ ବିବାହରେ ସରପଞ୍ଚ ପୁଷ୍ପଲତା ଘଢ଼ାଇ ସହଯୋଗ କରିବା ସହିତ କନ୍ୟା ପକ୍ଷରୁ ରହି ବିବାହ କାର୍ଯ୍ୟ କରିଥିଲେ ।
ସେପଟେ ପଡ଼ୋଶୀ ଦେଶର ଝିଅକୁ ବୋହୂ ଭାବରେ ପାଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ବର୍ତ୍ତମାନ ଭାରତ-ନେପାଳ ଭିତରେ ବିବାଦ ଉପୁଜିଥିବା ବେଳେ ଉଭୟଙ୍କ ପ୍ରେମ ଓ ବିବାହ ସବୁ ବିବାଦକୁ ଭୁଲାଇ ପୁରୁଣା ସମ୍ପର୍କକୁ ମନେପକାଇ ଦେଇଛି ।