ଲକ୍ଷାଧିକ ଟଙ୍କାରେ ଝିଅକୁ ବିକିଲେ ବାପାମାଆ !

ନବରଙ୍ଗପୁର : ଝିଅ ହେଲା ବୋଝ । ୩ ଲକ୍ଷ ଟଙ୍କାରେ ଝିଅକୁ ବିକିଦେଲେ ବାପାମାଆ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଶେଷରେ ହରିୟାଣାରୁ ଯ଼ୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ ସେମଳା ଗାଁର ଜଣେ ଯ଼ୁବତୀଙ୍କୁ ତାଙ୍କ ପରିବାର ଲୋକ ହରିଆଣାର ଜଣେ ଯ଼ୁବକଙ୍କ ସହ ଜୋବରଦସ୍ତ ବିବାହା କରାଇ ଦେଇଥିଲେ ।

 

ହରିୟାଣା ଯିବା ପରେ ଯ଼ୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା ଉକ୍ତ ଯୁବକ । ମାଡ଼ ଗାଳି ଅସହ୍ୟ ହେବାରୁ ଯୁବତୀ ଘରକୁ ଫେରିଆସିବା ପାଇଁ କହିବାରୁ ତାଙ୍କ ବାପାମାଆ ତାଙ୍କୁ ୩ ଲକ୍ଷ ଟଙ୍କାରେ ବିକି ଦେଇଥିବା ଯ଼ୁବକ କହିଥିଲେ । ଏହାପରେ ଯ଼ୁବତୀ ତାଙ୍କ ଗାଁର କିଛି ଲୋକଙ୍କୁ ଜଣାଇବା ପରେ ପରେ ପୋଲିସ ସହ ଯୋଗାଯୋଗ କରିଥିଲା । ହରିୟାଣା ପୋଲିସ ସହ ଯୋଗାଯୋଗ କରି ନବରଙ୍ଗପୁର ପୋଲିସ ଯ଼ୁବତୀଙ୍କୁ ଉଦ୍ଧାର କରିଛି । ଯ଼ୁବତୀ ଏବେ ନବରଙ୍ଗପୁର ସୁଧାର ଗୃହରେ ଅଛନ୍ତି ।

Leave a Reply