‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ

1 min read

ଭୁବନେଶ୍ୱର: ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ’ ରେକର୍ଡ଼ କରିଛନ୍ତି ଖୋର୍ଦ୍ଧାର ବିସ୍ମୟ ଶିଶୁ କନ୍ୟା ସୋହିନୀ ଦାସ। ବୟସ ମାତ୍ର ୩ ବର୍ଷ ୬ ମାସ। ଖେଳିବା ବୁଲିବା ବୟସ, କିନ୍ତୁ ପାଖରେ ରହିଛି ଅଗାଧ ଜ୍ଞାନର ଭଣ୍ଡାର। କହିପାରୁଛି ୧୬୩ ଦେଶର ନା, ଜାତୀୟ ପତାକା, ତା ସାଙ୍ଗକୁ ସୌର ମଣ୍ଡଳ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଆହୁରି କେତେ କ’ଣ। ଏ ନେଇ ନିକଟରେ ‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଁ ସେ ଓଡ଼ିଶା ପାଇଁ ଗୌରବ ଆଣିଛି।

୩ ବର୍ଷୀୟା ସୋହିନୀଙ୍କୁ ଯିଏ ବି ଭେଟୁଛି ଆଶ୍ଚର୍ଯ୍ୟ ହେଇଯାଉଛି। ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ବିଶ୍ୱାର କରିପାରୁନାହାଁନ୍ତି। ସୋହିନୀର ଏହି ଚମତ୍କାରୀତା ପଛରେ ତାଙ୍କ ମା ରଂଜନା ରାଣୀ ଦାସ ଏବଂ ବାପା କମଳେନ୍ଦୁ ନାୟକଙ୍କର ବହୁତ ବଡ଼ ଅବଦାନ ରହିଛି। ମା ଜଣେ ଉଚ୍ଚ ଶିକ୍ଷିତ ମହିଳା। ନିକଟରେ ସେ ଫ୍ରାନ୍ସରୁ ରିସର୍ଚ୍ଚ କରି ଫେରିଛନ୍ତି। ସେ ହିଁ ସୋହିନୀଙ୍କର ଏହି ପ୍ରତିଭା ପାଇଁ ବେଶ୍ ଉତ୍ସାହିତ କରନ୍ତି। ମା-ବାପାଙ୍କ ବ୍ୟତୀତ ସୋହିନୀର ଜେଜେମା ପ୍ରତିମା କୁମାରୀ ଦେଇ ମଧ୍ୟ ତା’ର ଦେଖାଶୁଣା କରିଥାନ୍ତି। ମା ବିଦେଶ ଗଲା ପରେ ସୋହିନୀକୁ ଜେଜେମା ହିଁ ଲାଳନ ପାଳନ କରିଥିଲେ। ବୃତ୍ତିରେ ସେ ଜଣେ ଶିକ୍ଷୟତ୍ରୀ।

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ମେଡାଲ ପାଇଲା ପରେ ସୋହିନୀ ଏବେ ‘ଗିନିଜ୍ ୱାର୍ଲଡ଼ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇବାକୁ ଚେଷ୍ଟା ଚଲାଇଛନ୍ତି। ନନ୍ଦିଘୋଷ ଟିଭି ତରଫରୁ ଆମେ ମଧ୍ୟ ଏହି ବିସ୍ମୟ ଶିଶୁ ପ୍ରତିଭା ସୋହିନୀ କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଆଗାମୀ ଦିନର ଗୌରବ ପାଇଁ ଶୁଭ କାମନା କରୁଛୁ।

Leave a Reply