ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମରେ ଓଡ଼ିଆ ନାୟିକା, ଜାଣନ୍ତୁ କିଏ…
1 min readମୁମ୍ବାଇ: ନାଚ,ଗୀତ ହେଉ କିମ୍ବା ଅଭିନୟ ଏବେ ସବୁ କ୍ଷେତ୍ରରେ ଓଡିଆ ଆଗରେ । ଓଡିଶାରୁ ଅଧିକରୁ ଅଧିକ ଯୁବ ପ୍ରତିଭା ବଲିଉଡରେ ନିଜ ପ୍ରତିଭା ଦେଖାଉଥିବା ବେଳେ ରାଜ୍ୟର ଆଉ ଜଣେ ନୂଆ ତାରକା ଆସିଛନ୍ତି ଯିଏ ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଓରଫ୍ ରାମୁଙ୍କ ଆଗାମୀ ଫିଲ୍ମ ପାଇଁ ନାୟିକା ହୋଇଛନ୍ତି । ଏନେଇ ରାମୁ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020
ଖୁବଶୀଘ୍ର ଏହି ଓଡିଆ ଝିଅ ଫିଲ୍ମ ‘ଥ୍ରୀଲର’ ମାଧ୍ୟମରେ ବଲିଉଡରେ ପାଦ ଦେବେ । ନାଁ ତାଙ୍କର ଅପସରା ରାଣୀ । ଅପସରାଙ୍କ ଘର ଓଡିଶାରେ ଥିବା ବେଳେ ସେ ଡେରାଡୁନରେ ଛୋଟରୁ ବଡ ହୋଇଛନ୍ତି । ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ପୂର୍ବରୁ ମିଆ ମାଲକୋଭାଙ୍କ ଅଭୀନିତ ଫିଲ୍ମ ‘କ୍ଲାଇମାକ୍ସ’ ଏବଂ ସୁଇଟିଙ୍କ ‘ନେକେଡ’ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମର ସଫଳତା ପରେ ଆରଜିଭି ୱାର୍ଲ୍ଡ ଥିଏଟର ତା’ର ଆଗାମୀ ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା କରିଛି ।
WOWWW 10,000 tweet followers in 7 hours ..That must be a record for a newcomer ..Hey @apsara_rani_ u are THRILLERing https://t.co/9t4iWF7h3x
— Ram Gopal Varma (@RGVzoomin) July 6, 2020
ରାମ ଗୋପାଳ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଅପସରା ରାଣୀ ଜଣେ ଚମତ୍କାର ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ । ଅପସରା ଓଡିଶାର ବୋଲି ମୁଁ ଜାଣି ନଥିଲି । ୧୯୯୯ ମହାବାତ୍ୟା ପରେ ଓଡିଶା ବିଷୟରେ ଜାଣିବାକୁ ପାଇନଥିଲି । ତାଙ୍କୁ ଦେଖା କରିବା ପରେ ଜାଣିଲି ଏତେ ସୁନ୍ଦର ପ୍ରତିଭା ଓଡିଶାରେ ଅଛନ୍ତି ।
ଏହା ପୂର୍ବରୁ ଓଡିଶାର ଆଉ ଜଣେ ଝିଅ ସୁଶ୍ରୀ ଶ୍ରେୟା ମିଶ୍ରଙ୍କୁ ଆନନ୍ଦ ଏଲ୍ ରାୟଙ୍କ “ଜିରୋ’’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଶାହରୁଖ୍ ଖାନ୍, ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କେଫଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା ।