ବିଶ୍ୱ ଚେସ୍ ଫେଡେରେସନର ଫେୟାର ପ୍ଲେ ପ୍ୟାନେଲକୁ ମନୋନୀତ ହେଲେ ଅପରାଜିତା

ନନ୍ଦିଘୋଷ ବ୍ୟୁରୋ: ୨୮ ଜୁଲାଇରୁ ୧୦ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଚେନ୍ନାଇର ମହାବାଲିପୁରମ୍ଠାଚର ଅନୁଷ୍ଠିତ ହେବାକୁ ଯାଉଛି । ଏଫଆଇଡିଇ ଚେସ୍ ଅଲିମ୍ପିଆଡ୍ ୨୦୨୨ ପାଇଁ ୱାର୍ଲଡ ଚେସ୍ ଫେଡେରେସନ୍ (ଏଫଆଇଡିଇ) ଫେୟାର ପ୍ଲେ ପ୍ୟାନେଲରେ ଫେୟାର ପ୍ଲେ ଏକ୍ସପର୍ଟ ଭାବରେ ଓଡିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡ ଆର୍ବିଟର ଅପରାଜିତା ଗୋଚିକାରଙ୍କୁ ମନୋନୀତ କରିଛି ।  ଚେସ୍ ଅଲିମ୍ପିଆଡ୍ ହେଉଛି ବିଶ୍ୱ ଚେସ୍ କ୍ୟାଲେଣ୍ଡରର ସବୁଠାରୁ ବଡ ପ୍ରତିଯୋଗିତା । ଏଠି ୧୮୮ଟି କାଉଣ୍ଟିରେ ଦଳ ଅଂଶଗ୍ରହଣ କରିବେ ।  ସମଗ୍ର ବିଶ୍ୱରୁ ଅଷ୍ଟାଦଶ ଫେୟାର ପ୍ଲେ ବିଶେଷଜ୍ଞଙ୍କୁ ଏଫଆଇଡିଇ ଦ୍ୱାରା ମନୋନୀତ କରାଯାଉଛି । ଅପରାଜିତା ଫେୟାର ପ୍ଲେ ପ୍ୟାନେଲ (ଏଫପିପି)ରେ ଡ୍ୟୁଟି ସହିତ ନିଯୁକ୍ତ ଅଷ୍ଟାଦଶ ଫେୟାର ପ୍ଲେ ଏକ୍ସପର୍ଟଙ୍କ ମଧ୍ୟରୁ ଜଣେ ଭାବରେ ମନୋନୀତ ହୋଇଥିଲେ ।

ୱାର୍ଲଡ ଚେସ୍ ଫେଡେରେସନ (ଏଫଆଇଡିଇ) ଦ୍ୱାରା ଫେୟାର ଅଲମ୍ପିଆଡ୍ ସୁନିଶ୍ଚିତ କରିବାକୁ ୨୯ ବର୍ଷାୟା ଅପରାଜିତାଙ୍କ ଉପରେ ଏହା ଏକ ବଡ଼ ଦାୟିତ୍ୱ  । ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ମୋ ପାଇଁ ଏକ ବଡ଼ ଦାୟିତ୍ୱ  । ସେ କହିଛନ୍ତି ଏତେ ବଡ଼ ଦାୟିତ୍ୱ ମତେ ଦେଇଥିବାରୁ ଅଲ ଇଣ୍ଡିଆ ଚେସ୍ ଫେଡେରସନ (ଏଆଇସିଏଫ), ଅଲ ଓଡିଶା ଚେସ୍ ଆସୋସିଏସନ (ଏଓସିଏ) ଏବଂ ତାଙ୍କ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ଓ ବିଶ୍ୱ ଚେସ୍ ଫେଡେରେସନ କୁ ଧନ୍ୟବାଦ । ସେ ଏହି ଚ୍ୟାଲେଞ୍ଜ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଓଡିଆ ଝିଅ ୱାର୍ଲଡ ଚେସ୍ ଫେଡେରେସନ ସହିତ କାମ କରିବାର ସୁଯୋଗ ପାଇଥିବାରୁ ଏହା ରାଜ୍ୟ ପାଇଁ ଗର୍ବର ବିଷୟ ।