ମିନି ମାରାଥନରେ ‘ପ୍ରତୀକ୍ଷା’ ସାଉଣ୍ଟିଲା ସମର୍ଥନ, ହସାଇ ବେଦମ କରାଇଲେ ପପୁ ପମ୍‌ପମ୍‌

ଭୁବନେଶ୍ବର: ଦୈନିକ ଖବରକାଗଜ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ସଚେତନତାର ବାର୍ତ୍ତା ନେଇ ଦୌଡିଛି ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନକ ଖବର କାଗଜ ସକାଳର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଦୌଡ଼ିଥିଲେ ଶହଶହ ସାଧାରଣଲୋକ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ କରିଥିଲେ । ଏହାପରେ ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଜଧାନୀରେ ଆୟୋଜିତ ମାରାଥନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡିଆ ସିନେମା ଜଗତ  । ଫିଲ୍ମ ପ୍ରତୀକ୍ଷାର ଟିମ ପହଞ୍ଚି ପ୍ରମୋସନ କରିବା ସହ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ  । ସେହିପରି କମେଡିଆନ ପପୁ ପମପମ୍‌ ମାରାଥନରେ ଯୋଗ ଦେଇ ପ୍ରତିଯୋଗୀଙ୍କ ମନୋବଳ ବଢାଇବା ସହ ହସିହସାଇ ବେଦମ କରାଇଥିଲେ  ।

ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଥିଲା ମାରାଥନ୍ । ମାରାଥନରେ ଯୋଗଦେଇ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଲକ୍ଷ୍ମଣ ପୃଷ୍ଟି, ଦ୍ବିତୀୟରେ ଶୁଭମ ବେହେରା ଓ ତୃତୀୟ ସ୍ଥାନରେ ସାଗର ଭୋଇ ରହିଛନ୍ତି । ସେହିପରି ମହିଳା ବିଭାଗରେ ପ୍ରଥମ ସ୍ଥାନ ବାସନ୍ତି ମଣ୍ଡିଆ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିବା ମାମିନା ମୁର୍ମୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରିଟି ଯୋଗଦେଇଥିଲେ ।