ପରଲୋକରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଧାନାଥ ଭଟ୍ଟ

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଧାନାଥ ଭଟ୍ଟ । ବଳିଦାନ, ସ୍ବପ୍ନ ସାଗର, ଡୋରା ପରି ପ୍ରସିଦ୍ଧ ଚଳଚିତ୍ରର ପ୍ରଯୋଜକ ଥିଲେ ରାଧାନାଥ । ସେ ମାସେରୁ ଅଧିକ ସମୟ ଧରି ଅସୁସ୍ଥ ଥିଲେ । ରକ୍ତହୀନତା ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ ।
ମିଳିଥିବା ସୂଚନା ମୁତାବକ ଆଜି ପ୍ରାୟ ଦିନ ଦୁଇଟା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଧାନାଥ ଭଟ୍ଟଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।